28.1 C
Bhubaneswar
Thursday, August 13, 2026
Homeଦେଶ ବିଦେଶଏୟାରଟେଲ୍‌ ରିଚାର୍ଜ ମୂଲ୍ୟରେ ବୃଦ୍ଧି

ଏୟାରଟେଲ୍‌ ରିଚାର୍ଜ ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ପକ୍ଷରୁ ୨୯୯ ଟଙ୍କା , ୫୭୯ ଟଙ୍କା, ୬୧୯ ଟଙ୍କା ଓ ୬୪୯ ଟଙ୍କା ର ଚାରି ପ୍ରିପେଡ ରିଚାର୍ଜ ପ୍ଲାନ ପ୍ରତ୍ୟାହାର କରାଯାଇଛି । ୨୯୯ ଟଙ୍କିଆ ପ୍ଲାନ ବେଶ ଲୋକପ୍ରିୟ ଥିଲା । ଏବେ କମ୍ପାନୀର ୧୯୯ ଟଙ୍କା ଓ ୨୯୯ ଟଙ୍କାର ରିଚାର୍ଜ ପ୍ଲାନ ରହିଛି । କିନ୍ତୁ ୨୯୯ ଟଙ୍କିଆ ପ୍ଲାନ ରିଚାର୍ଜ କରୁଥିବା ଗ୍ରାହକମାନଙ୍କ ପାଇଁ ପରବର୍ତ୍ତୀ ପ୍ଲାନର ଦାମ ୩୪୯ ଟଙ୍କାକୁ ବଢାଇ ଦେଇଛି । ୩୪୯ ଟିକିଆ ପ୍ଲାନରେ ୫ଜି ଡାଟା ମିଳୁଛି । ୨୯୯ ଟଙ୍କିଆ ପ୍ଲାନରେ ଦୈନିକ ଡାଟା କୋଟା ମିଳୁଥିଲା । ଅଧିକାଂଶ ଗ୍ରାହକଙ୍କ ସେହି କୋଟା ଶେଷ ହୋଇଯାଉଥିଲା । ଯେଉଁଥିପାଇଁ ସେମାନେ ଅତିରିକ୍ତ ଡାଟା ଟପ ଅପ ରିଚାର୍ଜ କରିବାକୁ ବଧ୍ୟ ହେଉଥିଲେ । ରିଚାର୍ଜ ଦର ବଢିଥିବାରୁ ଏୟାରଟେଲର ଗ୍ରାହକ ପିଛା ହାରାହାରି ରାଜସ୍ୱରେ ବୃଦ୍ଧି ଘଟିବ ପ୍ଲାନ ଦରର ବଢିବାର ସମ୍ଭାବନା ସମ୍ପର୍କରେ କିଛି ଦିନ ତଳେ କମ୍ପାନିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଗୋପାଳ ଭିଟ୍ଟଲ ସଙ୍କେତ ଦେଇଥିଲେ । ଏୟାରଟେଲ ରିଚାର୍ଜ ଦର ବଢାଇଥିବାରୁ ଆଗାମୀ ଦିନରେ ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସେହି ଧାରାରେ ଆଗକୁ ବଢିବା ଆଶା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking