ନୂଆଦିଲ୍ଲୀ: ଝାଡଖଣ୍ଡରେ ପୁଲିସ-ଛାତ୍ର ମୁହାଁମୁହିଁ। ଜେପିଏସସି ଏବଂ ଜେଏସସି ପରୀକ୍ଷାରେ ଅନିମୟମିତାର ପ୍ରତିବାଦ କରି ଆନ୍ଦୋଳନରତ ଛାତ୍ରମାନେ ତ୍ରିରଙ୍ଗା ଧରି ବିଧାନସଭା ଅଭିମୁଖେ ଯାତ୍ରା କରିବା ବାଳେ ପୁଲିସ ସହ ମୁହାଁମୁହିଁ ହେଇଛନ୍ତି । ପୁଲିସ ଛାତ୍ରଙ୍କ ଉପରେ ୱାଟର କ୍ୟାନନ ପ୍ରୟୋଗ କରିଛି। ୯ ଦିନ ଧରି ଅନଶନରେ ଥିବା ଦେବେନ୍ଦ୍ରନାଥ ଆନ୍ଦୋଳନରେ ଯୋଗଦେବା ପାଇଁ ଏକ ଆମ୍ବୁଲାନ୍ସରେ ପହଞ୍ଚିଛନ୍ତି । ପୁଲିସ ଅନେକ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରିଥିବା ବେଳେ ଆନ୍ଦୋଳନରତ ଛାତ୍ରମାନେ ବ୍ୟାରିକେଡ୍ ଟପି ବିଧାନସଭା ଅଭିମୁଖେ ଯିବା ପାଇଁ ଚେଷ୍ଟା କରୁଛନ୍ତି ।
ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଚି ହୋଇଛି। ତ୍ରିରଙ୍ଗା ଏବଂ ପ୍ଲାକାର୍ଡ ଧରି ପ୍ରଦର୍ଶନକାରୀ ଛାତ୍ରମାନେ ସେମାନଙ୍କ ଦାବି ପୂରଣ ପାଇଁ ଦାବି କରୁଛନ୍ତି। ପୁଲିସ ୧୬୩ ଧାରାରେ ନିଷେଧାଦେଶ ଲାଗୁ କରିବା ସହିତ ପ୍ରାୟ ୪ କିଲୋମିଟର ଲମ୍ବା ସମଗ୍ର ରାସ୍ତା ଉପରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ବରିଷ୍ଠ ଅଧିକାରୀମାନେ କଡ଼ା ନଜର ରଖିଛନ୍ତି । ଜେପିଏସସି-ଏସଏସସି ପରୀକ୍ଷାରେ ହେରଫେର ବିରୋଧରେ ପ୍ରତିବାଦ କରିବା ପାଇଁ ହଜାର ହଜାର ଛାତ୍ର ଝାଡ଼ଖଣ୍ଡର ରାଞ୍ଚିରେ ବିଧାନସଭା ଘେରାଉ କରିବାକୁ ଯାଉଛନ୍ତି ।










