29.1 C
Bhubaneswar
Wednesday, August 12, 2026
Homeଓଡିଶା୬ ବିଭାଗର ୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

୬ ବିଭାଗର ୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

-ପେପରଲେସ୍ ହେବ ଅଫିସ କାର୍ଯ୍ୟ
-ଓସ୍ୱାସ୍‌-୨.୦ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି
-ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୬ର ପ୍ରଣୟନ
-ସେମିକଣ୍ଡକ୍ଟର ନୀତିର ତୃତୀୟ ସଂଶୋଧନ ଅନୁମୋଦିତ
-ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ
-ଜାରି ରହିବ ‘ଯେଶାଦା’ ଓ ‘ଆଶୀର୍ବାଦ’ ଯୋଜନା

ଭୁବନେଶ୍ୱର: ଏଣିକି ପେପରଲେସ୍ ହେବ ଅଫିସ କାର୍ଯ୍ୟ। ସବୁ ଜିଲ୍ଲା ଓ ବ୍ଲକ ଅଫିସରେ ପେପରଲେସରେ କାର୍ଯ୍ୟ ହେବ। ଅନ୍‌ଲାଇନରେ ହେବ ଅଫିସ କାର୍ଯ୍ୟ। ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅଫିସ କାର୍ଯ୍ୟ ପେପରଲେସ କରିବାକୁ ପ୍ରସ୍ତାବ ପାରିତ ହୋଇଛି। ସରକାରୀ କାର୍ଯ୍ୟକୁ ଅଧିକ ଡିଜିଟାଲ କରିବା ଲକ୍ଷ୍ୟରେ ଓସ୍ୱାସ୍‌-୨.୦ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୪୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୋଟ୍ ୬ଟି ବିଭାଗର ୧୦ ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଏଥିରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ୨ଟି, ଶକ୍ତି ବିଭାଗର ୨ଟି, ଜଳ ସମ୍ପଦ ବିଭାଗର ୨ଟି, ମହିଳା ଓ ଶିଶୁ ବିକାଶ ବିଭାଗର ୨ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ଏଗ୍ରିଷ୍ଟାକ) ସମ୍ପର୍କିତ ୧ଟି ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ଟି ପ୍ରସ୍ତାବ ଅନ୍ତର୍ଭୁକ୍ତ। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ବର୍ତ୍ତମାନ ପ୍ରଚଳିତ ଓଡ଼ିଶା ସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦କୁ ବାତିଲ୍ କରି ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୬କୁ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଯେଉଁଥିରେ ଏଣିକି ପତି ବା ପତ୍ନୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିଲେ, ନିଯୁକ୍ତି ଗ୍ରହଣ କରିବାକୁ ଅନିଚ୍ଛୁକ ଥିଲେ କିମ୍ବା ମେଡିକାଲ୍ ବୋର୍ଡ଼ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିଲେ, ପରିବାରର ଅନ୍ୟ ଜଣେ ଯୋଗ୍ୟ ସଦସ୍ୟଙ୍କୁ ମନୋନୀତ କରିବାର ବ୍ୟବସ୍ଥା ରଖାଯାଇଛି। ଏଥିସମ୍ପର୍କିତ ସାଧାରଣ ପ୍ରଶାସନ ଓ ପେନ୍‌ସନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର ଦେଇଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପୁନର୍ବାସ ସହାୟତା, ନିୟମାବଳୀ, ୨୦୨୦ ଅନୁଯାୟୀ କେବଳ ୧୦୦ ପଏଣ୍ଟ ମୂଲ୍ୟାୟାନ ଆଧାରରେ ପ୍ରତ୍ୟାଖାନ ହୋଇଥିବା ଏବଂ ବିଚାରାଧୀନ ଥୁବା ଆବେଦନଗୁଡ଼ିକର ପୁନଃ ବିଚାର କରାଯିବାର ବ୍ୟବସ୍ଥା ରହିଛି। ତେବେନୂତନ ନିୟମାବଳୀରେ ପୁନର୍ବାସ ସହାୟତା ଯୋଜନାକୁ ଅଧିକ ସରଳ, ସ୍ୱଚ୍ଛ ଏବଂ କର୍ମଚାରୀ-ଅନୁକୂଳ କରାଯାଇଛି। ଏହା ମାଧ୍ୟମରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କୁ ସମୟୋପଯୋଗୀ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ସୁନିଶ୍ଚିତ ହେବ। ନୂତନ ନିୟମାବଳୀରେ ୧୦୦-ପଏଣ୍ଟ ମୂଲ୍ୟାୟନ ପଦ୍ଧତି ଯୋଗ୍ୟତା ସର୍ଭ ପ୍ରତ୍ୟାହାର କରାଯାଇଛି। ପୁନର୍ବାସ ସହାୟତା ଯୋଜନା ଅଧୀନରେ ମୂଳ ସ୍ତରର ଗ୍ରୁପ୍‌-ଡି ପଦବୀର ୫୦ ପ୍ରତିଶତ ସୀମା ପ୍ରତ୍ୟାହାର କରାଯାଇଛି। ସେଥିପାଇଁ ନୂଆ ନିୟମରେ କୋହଳ କରାଯାଇଛି। ପତି ବା ପତ୍ନୀଙ୍କ ବୟସ ୫୦ ବର୍ଷରୁ ଅଧୂକ ହୋଇଥିଲେ, ନିଯୁକ୍ତି ଗ୍ରହଣ କରିବାକୁ ଅନିଚ୍ଛୁକ ଥିଲେ କିମ୍ବା ମେଡିକାଲ୍ ବୋର୍ଡ଼ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିଲେ ଏହି ନିୟମ ଲାଗୁ ହେବ। ଅର୍ଥାତ, ପରିବାରର ଅନ୍ୟ ଜଣେ ଯୋଗ୍ୟ ସଦସ୍ୟ ଚାକିରି ପାଇପାରିବେ। ପୁନର୍ବାସ ସହାୟତା, ନିୟମାବଳୀ, ୨୦୨୦ ଅନୁଯାୟୀ କେବଳ ୧୦୦ ପଏଣ୍ଟ ମୂଲ୍ୟାୟାନ ଆଧାରରେ ପ୍ରତ୍ୟାଖାନ ହୋଇଥିବା ଏବଂ ବିଚାରାଧୀନ ଥିବା ଆବେଦନଗୁଡିକର ପୁନଃ ବିଚାର କରାଯିବାର ବ୍ୟବସ୍ଥା ରହିଛି। ନୂତନ ନିୟମାବଳୀ କାର୍ଯ୍ୟକାରୀ ହେବା ପରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆସିବ, ପ୍ରକ୍ରିୟା ସରଳ ହେବ ଏବଂ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରକୁ ସମୟୋପଯୋଗୀ ପୁନର୍ବାସ ସହାୟତା ପ୍ରଦାନ ସୁନିଶ୍ଚିତ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିପରି ସେମିକଣ୍ଟକ୍ଟର କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ କରିବା ଦିଗରେ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଓଡ଼ିଶା ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଏବଂ ଫାବଲେସ ପଲିସିର ତୃତୀୟ ସଂଶୋଧନକୁ ଅନୁମୋଦନ କରାଯାଇଛି। ଏହା ଅଧୀନରେ ସେମିକଣ୍ଡକ୍ଟର ଉପକରଣ ନିର୍ମାଣ ଓ ଗବେଷଣା ଏବଂ ବିକାଶ, ସେମିକଣ୍ଡକ୍ଟର-ଗ୍ରେସ ଗ୍ରେଡ ରାସାୟନିକ ପଦାର୍ଥ, ଉନ୍ନତ ସାମଗ୍ରୀ ଉତ୍ପାଦନ, ସେମିକଣ୍ଡକ୍ଟର ସପ୍ଲାଇ ଚେନର ବିଭିନ୍ନ ଉପାଦନା ଏଂ ଉନ୍ନ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ ବ୍ୟବସ୍ଥା କରାଯାଇଛି।

ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସପି)ର ବିକାଶକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପମ୍ପଡ୍ ଷ୍ଟୋରେଜ ପ୍ରୋଜେକ୍ଟ ( ପିଏସପି) ନୀତି ଏବଂ ପରିଚାଳନା ନିର୍ଦେଶାବଳୀରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ୨୦୩୦ ମସିହା ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ୫ ବର୍ଷରେ ପ୍ରାୟ ୧୨ ହଜାର ୪୫୮ କୋଟି ଟଙ୍କା ଖର୍ଚ୍ଚ ହେବ। ଜଳାଶୟ ଓ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ଉନ୍ନତିକରଣ ପର୍ଯ୍ୟାୟ-୩ ଯୋଜନାକୁ ଅନୁମୋଦନ କରାଯାଇଛି। ୪ ବର୍ଷ ପାଇଁ ୩୮୯ କୋଟି ମଞ୍ଜୁର ହୋଇଛି। ଏହା ମାଧ୍ୟମରେ ୧୫ ହଜାର ୭୦୦ ହେକ୍ଟର ହଜିଯାଇଥିବା ଜଳସେଚନ କ୍ଷେତ୍ର ପୁନରୁଦ୍ଧାର କରାଯିବ। ଅନ୍ୟପଟେ ଅସହାୟ ଶିଶୁଙ୍କ ପାଇଁ ‘ଯଶୋଦା’ ଓ ‘ଆଶୀର୍ବାଦ’ ଯୋଜନା ଜାରି ରହିବ। ଏହି ୨ ଯୋଜନା ପାଇଁ କ୍ୟାବିନେଟରେ୨୯୬.୯୯ କୋଟି ଅନୁମୋଦିତ ହୋଇଛି। ଆଗାମ ୫ ବର୍ଷ ପାଇଁ ଏହି ୨ ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିସହ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’କୁ ଆଉ ୫ ବର୍ଷ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking