29.1 C
Bhubaneswar
Wednesday, August 12, 2026
Homeଓଡିଶାନାରୀ ନିର୍ଯାତନା ବଢ଼ି ଚାଲିଛି, ମୌନ ବ୍ରତରେ ମୋହନ ମାଝୀ - କଂଗ୍ରେସ

ନାରୀ ନିର୍ଯାତନା ବଢ଼ି ଚାଲିଛି, ମୌନ ବ୍ରତରେ ମୋହନ ମାଝୀ – କଂଗ୍ରେସ

ରାଜ୍ଯରେ ବାରମ୍ବାର ଦୁଷ୍କର୍ମ, ଗଣ ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ଅସଦାଚରଣ ବଢି ବଢି ଚାଲିଥିଲା ପରେ ମଧ୍ୟ ନିରବଦ୍ରଷ୍ଟା ବିଭାଗ, ରାଜ୍ୟର ଗୃହ ବିଭାଗ ନିଜେ ମୁଖ୍ୟମନ୍ତ୍ରୀ ସମ୍ଭାଳୁଥିଲେ ମଧ୍ୟ କୌଣସି ଏକ କ୍ଷେତ୍ରରେ ପରିବର୍ତ୍ତନ ଦେଖିପାରିଲେନି ରାଜ୍ଯବାସୀ। ପ୍ରତ୍ୟେକ ଦିନ ମୁଖ୍ୟମନ୍ତ୍ରୀ ମିଛ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ମହିଳା ସୁରକ୍ଷା ନେଇ ମୈାନ ବ୍ରତରେ ମୋହନ ମାଝୀ। ପ୍ରଦେଶ କଂଗ୍ରେସ ପକ୍ଷରୁ ବାରମ୍ବାର ବିଧାନସଭାରେ ଦାବୀ କରାଯାଇଆସୁଥିଲା ଯେ ମହିଳା ସୁରକ୍ଷା ପାଇଁ ଏକ କମିଟି ଗଠନ କରାଯାଉ । ହୁଏତ କମିଟି ରାଜ୍ଯରେ କାର୍ଯ୍ଯକ୍ଷମ ହୋଇଥିଲେ ଆଜି ନିଶ୍ଚିନ୍ତକୋଇଲି ଭଳି ଏକ ହୃଦୟବିଦାରକ ଘଟଣା ଓଡିଶା ସହିନଥାନ୍ତା ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଏକ ଜନଗହଳି ପୂର୍ଣ୍ଣ ରାଜ୍ଯ ରାଜପଥରେ ମହିଳା ଟିଏ କାରରେ ସୁରକ୍ଷିତ ଭାବରେ ନିଜ ସ୍ଥାନରେ ପହଞ୍ଚିପାରୁନାହିଁ ତେବେ ଗୃହ ବିଭାଗ କିପରି ଚାଲୁଛି ତାହା ସହଜେ ଅନୁମେୟ। ଏହି ଘଟଣା ଆଜି ସୂଚାଇ ଦଉଛି ଯେ ଅପାରଗ ସରକାର ର ନାରୀ ଶକ୍ତି ବନ୍ଦନ ଏକ ମିଛ ପ୍ରହେଳିକା । ରାଜ୍ୟରେ ଆଇଶୃଙ୍ଖଳା ପରିସ୍ଥିତି ଅତି ଚିନ୍ତା ଜନକ ଥିବାବେଳେ ରାଜ୍ୟବାସୀଙ୍କ ସୁରକ୍ଷାକୁ ପଛକରି ଦଳର ସ୍ୱାର୍ଥକୁ ସରକାର ଡିଜିପି ଚୟନ ପ୍ରକ୍ରିୟାରେ ପ୍ରାଥମିକତା ଦେବା ନିନ୍ଦନୀୟ ବୋଲି ଶ୍ରୀ ଦାସ କହିଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ଆଜି ଜାତୀୟ ସ୍ତରରେ ରାଜ୍ଯର ଛବିକୁ ମଳିନ କରିଛି। ସରକାର ଏ ୨ବର୍ଷ ମଧ୍ଯରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯିବାର ନଜିର ଆସିନାହିଁ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking