ଭୁବନେଶ୍ୱର: ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଧୀରେ ଧୀରେ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି ।ଏହାର ପ୍ରଭାବରେ ଆଗାମୀ ସମୟରେ ପାଣିପାଗରେ ବଡ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ , ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ବାଂଲାଦେଶ- ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଥିବା ସ୍ପଷ୍ଟ ଲଘୁଚାପ କ୍ଷେତ୍ର ଏବେ ଉପକୂଳ ପଶ୍ଚିମବଙ୍ଗ, ସଂଲଗ୍ନ ବାଂଲାଦେଶ ଏବଂ ଉତ୍ତ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବସ୍ଥିତ ରହିଛି । ଲଘୁଚାପଟି ଆଗାମୀ ସମୟରେ ଆହୁରି ଉତ୍ତର- ପଶ୍ଚିମ ଦିଗକୁ ଗତି କରିବେ। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଝାଡଖଣ୍ଡ ଆଡକୁ ଗତି କରିବାରେ ସମ୍ଭାବନା ରହିଛି। ଏହାର ଗତିପଥ ଯୋଗୁଁ ଏହି ଅଞ୍ଚଳ ଗୁଡିକ ସହ ଓଡିଶାର କିଛି ଅଞ୍ଚଳ ର ପାଣିପାଗ ଉପରେ ମଧ୍ୟ ପ୍ରଭାବ ପଡିପାରେ। ସବୁଠାରୁ ବଡ କଥା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଫଳରେ ବର୍ଷାର ତୀବ୍ରତା ବଢିବା ସହ ପବନର ବେଗରେ ମଧ୍ୟ ପରିବର୍ତ୍ତନ ଆସିପାରେ। ଲଘୁଚାପର ଗତି ଏବଂ ଏହା କେତେ ଘନୀଭୂତ ହେଉଛି, ତାଉପରେ ଆଗାମୀ ପାଣିପାଗ ବିଭାଗର ପରବର୍ତ୍ତୀ ସତର୍କ ସୂଚନା ଉପରେ ନଜର ରଖାଯାଇଛି । ଉତ୍ତର ବଙ୍ଗୋପସାଗରରୁ ଆରମ୍ଭ ହୋଇଥିବା ଏହି ଲଘୁଚାପ ଏବେ ଉତ୍ତର- ପଶ୍ଚିମ ମୁହାଁ। ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ଥିବାରୁ ଏବେ ସମସ୍ତଙ୍କ ନଜର ଏହାର ଗତିପଥ ଉପରେ ।










