29.1 C
Bhubaneswar
Tuesday, August 18, 2026
Homeଦେଶ ବିଦେଶମୃତ୍ୟୁଦଣ୍ଡ ପାଇଁ ବିକଳ୍ପ ଉପାୟ ଖୋଜୁଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ମୃତ୍ୟୁଦଣ୍ଡ ପାଇଁ ବିକଳ୍ପ ଉପାୟ ଖୋଜୁଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ: ମୃତ୍ୟୁଦଣ୍ଡ ପାଇଁ ବିକଳ୍ପ ଉପାୟ ଖୋଜୁଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଫାଶୀ ଦଣ୍ଡର ସାମ୍ବିଧାନିକ ବୈଧତାକୁ ବଜାୟ ରଖି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ବର୍ତ୍ତମାନ ପାଇଁ ଫାଶୀ ଦଣ୍ଡ ଦେବା ପଦ୍ଧତି ରହିବ । ବିଚାରପତି ବିକ୍ରମନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏକ ଆବେଦକୁ ଖାରଜ କରିଦେଇଛନ୍ତି । ଫାଶୀ ଦଣ୍ଡ ଦେବା ପରିବର୍ତ୍ତେ ଅନ୍ୟ ଏକ ବିକଳ୍ପ ପାଇଁ ଦାବି କରାଯାଇଥିଲା । ଯାହାଫଳରେ ଦୋଷୀଙ୍କୁ କମ ଯନ୍ତ୍ରଣା ଦେବ । ଓକିଲ ରିଷି ମାଲହୋତ୍ରା ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ଫାଶୀର ବିକଳ୍ପ ଗୁଡିକ ଥିଲା ଯେ, ଇଞ୍ଜେକ୍ସନ, ଗୁଳି, ବିଦ୍ୟୁତ ଆଘାତ କିମ୍ବା ଗ୍ୟାସ ଚାମ୍ବରର ପରାମର୍ଶ ଦିଆଯାଇଥିଲା । ଯାହାକି କିଛି ମନିଟର ପରେ ମୃତ୍ୟୁ ହୋଇଯାଆନ୍ତା । ପିଆଇଏଲରେ ଫାଶୀକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ , ଅମାନବୀୟ ଏବଂ ନିଷ୍ଠୁର ବୋଲି କୁହାଯାଇଥିଲା । ଆବେଦନରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ, ଫାଶୀ ଦେବାପରେ ମୃତ୍ୟୁ ଗୋଷଣା କରିବାକୁ ପ୍ରାୟ ୪୦ ମିନିଟ ସମୟ ଲାଗେ , ହେଲେ ଗୁଳି କିମ୍ବା ଇଞ୍ଜେକ୍ସନ ଦେଲେ ଦୋଷୀର ମୃତ୍ୟୁ ୫ ମିନିଟରେ ହୋଇଯାଏ । ଅଧିକ ସମୟ ଲାଗେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking