29.1 C
Bhubaneswar
Tuesday, August 18, 2026
Homeଓଡିଶାବନ୍ୟା ପାଇଁ ହଜାରେ କୋଟିର ପ୍ୟାକେଜ ଘୋଷଣା

ବନ୍ୟା ପାଇଁ ହଜାରେ କୋଟିର ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ ।ପ୍ରେସମିଟରେ ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭୦୦ ଟଙ୍କା, ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ମିଳିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବାକୁ ଆର୍ଥିକ ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା ପନିପରିବା ମିନି କିଟ ଦିଆଯିବ ।  ଲଗାତାର ବନ୍ୟା କିଛି ଜିଲ୍ଲାରେ କ୍ଷତି ଘଟାଇଛି । ଯାଜପୁରର ୧୦ ବ୍ଲକର ୨୬୦ ଗାଁ ପ୍ରଭାବିତ ହୋଇଛି । ଯାଜପୁରର ୨ ଲକ୍ଷ ୮୦ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ୨୦୩ଟି ରିଲିଫ ସେଣ୍ଟର ଖୋଲାଯାଇଛି । ଭଦ୍ରକ ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ ହୋଇଛି । ଭଦ୍ରକରେ ବି ୨ ଲକ୍ଷ ୫୯ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛି । ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ କେନ୍ଦ୍ରାପଡାରେ ବି ବନ୍ୟା ସ୍ଥିତି ଦେଖାଦେଇଛି । ମୋଟ ଭାବେ ୬ ଜିଲ୍ଲାର ୭୪ ବ୍ଲକ ବନ୍ୟା ପ୍ରଭାବିତ ହୋଇଛି । ୧୩୮୧ ଗାଁର ୯ ଲକ୍ଷ ୪୦ ହଜାର ଲକ ବନ୍ୟା ପ୍ରଭାବିତ ହୋଇଛି । ୬ ଜିଲ୍ଲାରେ ୪୫ ଓଡ୍ରାଫ ଓ ୮ ଏନଡିଆରଏଫ ଟିମ ମୁତୟନ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking