28.1 C
Bhubaneswar
Friday, August 14, 2026
Homeଓଡିଶାମୟୁରଭଞ୍ଜ ଜିଲ୍ଲାରେ ଆଜି ବି ସ୍କୁଲ ଛୁଟି

ମୟୁରଭଞ୍ଜ ଜିଲ୍ଲାରେ ଆଜି ବି ସ୍କୁଲ ଛୁଟି

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଆଜି ବି ସ୍କୁଲ ଛୁଟି ବର୍ଷା କମିଥିଲେ ମଧ୍ୟ ଜିଲ୍ଲାରେ ଅନେକ ସ୍ଥାନରେ ସ୍ଥିତି ସ୍ୱାଭାବିକ ହୋଇନାହିଁ । ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଓ ତଳିଆ ଅଞ୍ଚଳରେ ଏବେ ବି ବର୍ଷା ପାଣି ଜମି ରହିଛି । ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଜି ମଧ୍ୟ ଜିଲ୍ଲାର ସମସ୍ତ ସ୍କୁଲ ଏହି ଛୁଟି ପରିସରଭୁକ୍ତ ହୋଇଛି । ମୟୁରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏହି ଛୁଟି ଘୋଷଣା କରିଛନ୍ତି । ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଏବେ ବି ରହିଥିବାରୁ ପିଲାମାନଙ୍କୁ ସ୍କୁଲ ଯିବା ସମୟରେ କୌଣସି ବିପଦ ନଘଟେ , ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking