29.1 C
Bhubaneswar
Monday, August 17, 2026
Homeଓଡିଶାସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମାଲକାନଗିରି : ମାଲକାନଗିରି ଆଦର୍ଶ ଥାନା କାଞ୍ଚଲୱାଡା ଗାଁରେ ଅଘଟଣ । ପାରିବାରିକ କଳହରୁ ହତ୍ୟାକାଣ୍ଡ । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ସ୍ୱାମୀ ବୁଦୁରା ମାଢିଙ୍କ ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ଦେବେ ମାଢିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଖବର ଅନୁଯାୟୀ, ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଞ୍ଚଲୱାଡା ଗାଁର ବୁଦୁରା ମାଢି ଓ ତାଙ୍କ ସ୍ତ୍ରୀ ଦେବେ ମାଢିଙ୍କ ମଧ୍ୟରେ କଥାକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବୁଦୁରା ଦେବେ ମାଢିଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦେବେ ମାଢିଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ଦେବେ ମାଢିଙ୍କ ଭାଇ ଦେବା ମାଡକାମି ପୋଲିସକୁ ଖବର ଦେଇଥିଲେ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ଅଭିଯୁକ୍ତ ସ୍ୱାମୀ ବୁଦୁରାଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି । ଏହାସହ ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଚାଲାଣ କରାଯାଇଛି । ପାରିବାରିକ ବିବାଦକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ଚୋଟ ପକାଇ ଥିବା ବୁଦୁରା ସ୍ୱୀକାର କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking