29.1 C
Bhubaneswar
Saturday, August 15, 2026
Homeଓଡିଶାପତାକା ଉତ୍ତୋଳନ ବେଳେ ବିଦ୍ୟୁତ ଆଘାତରେ ଶିକ୍ଷକ ମୃତ

ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ଆଘାତରେ ଶିକ୍ଷକ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆରେ ଆଜି ସକାଳ ପ୍ରାୟ ସାଢେ ୭ଟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁରରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ଲାଗି ପ୍ରସ୍ତୁତି ଚାଲିଥିଲା । ସେତିକି ବେଳେ ୧୧ କେଭି ବିଦ୍ୟୁତ ତାର ଲାଗି ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କର ମୃତ୍ୟୁ ହୋଇଥିଲା । ଏଣେ ଅନ୍ୟ ଜଣେ ଶିକ୍ଷକ ଓ ଦୁଇ ଛାତ୍ର ଆହତ ହୋଇଥିଲେ । ମୃତ ଶିକ୍ଷକ ହେଲେ ପ୍ରିୟବ୍ରତ ବାରିକ । ସେ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଥିବା ଜଣାଯାଇଛି । ତାଙ୍କ ଘର ଜଳେଶ୍ୱର ଅଞ୍ଚଳରେ ବୋଲି ଜଣାଯାଇଛି । ଅଘଟଣ ଘଟିବା ମାତ୍ରେ ପ୍ରିୟବ୍ରତ ବାରିକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣେ ଆହତ ଶିକ୍ଷକ ଓ ଦୁଇ ଛାତ୍ରଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking