29.4 C
Bhubaneswar
Monday, August 10, 2026
Homeଦେଶ ବିଦେଶଇସଲାମାବାଦରେ ଲସ୍କର କମାଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ

ଇସଲାମାବାଦରେ ଲସ୍କର କମାଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନର ଇସଲାମବାଦରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ- ତେଇବାର ଜଣେ କମାଣ୍ଡର କାରି ସଇଦ ଅବଦୁଲ ଅଜିଜର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ଏହି ଆତଙ୍କୀ ୨୬-୧୧ ମୁମ୍ବାଇ ଆକ୍ରମଣ ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟରେ ସମ୍ପୃକ୍ତ ଥିଲା ବୋଲି ଜଣାପଡିଛି । ଗତକାଲି ସେ ଇସଲାମବାଦର କୁବା ମସଜିଦରେ ନମାଜ ପଢିବା ପାଇଁ ପହଞ୍ଚିବା ପୂର୍ବରୁ ଏକ ଦୋକାନରେ ଖାଦ୍ୟ ଖାଇଥିଲେ । ପରେ ମସଜିଦର ପ୍ରବେଶ ଦ୍ୱାର ନିକଟରେ ହଠାତ ଅଚେତ ହୋଇପଡି ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁର ପ୍ରକୃତ କାରଣ ତୁରନ୍ତ ଜଣାପଡିନାହିଁ । ଦୋକାନରୁ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ । କାରି ସଇଦ ଅବଦୁଲ ଅଜିଜ ଲସ୍କର- ଏ- ତୋଇବାର ଏକ ବିଭାଗର ଦାୟିତ୍ୱରେ ଥିଲା । ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ସହ ସଂଘର୍ଷରେ ନିହତ ଲସ୍କର ସଦସ୍ୟଙ୍କ ପରିବାରକୁ ସହାୟତା ଯୋଗାଇବା ତା ବିଭାଗର କାମ ଥିଲା । ଲସ୍କର-ଏ- ତୋଇବାର ପାକିସ୍ତାନରେ ଏକାଧିକ ସଦସ୍ୟଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking