33.3 C
Bhubaneswar
Saturday, August 8, 2026
Homeଓଡିଶାପିଜି ନାମଲେଖା: ପ୍ରଥମ ମେଧା ତାଲିକା ପ୍ରକାଶ

ପିଜି ନାମଲେଖା: ପ୍ରଥମ ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଶୁକ୍ରବାର ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୧, ୧୨୧ ଜଣ ଚୟନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬ ହଜାର ୯୧୮ ଜଣ ଛାତ୍ର, ୧୪, ୨୦୨ ଜଣ ଛାତ୍ରୀ ଏବଂ ଜଣେ ଟ୍ରାନ୍ସଜେଣ୍ଡର ରହିଛନ୍ତି । ଚଳିତ ବର୍ଷ ରାଜ୍ୟର ୨୧ ବିଶ୍ୱବିଦ୍ୟାଳୟ ଏବଂ ୧୧୪ ମହାବିଦ୍ୟାଳୟରେ ଥିବା ମୋଟ ୩୨ ହଜାର ୫୬୩ ଟି ସିଟ ପାଇଁ ୫୮ ହଜାର ୬୧୩ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଏକକ ପିଜି ପ୍ରବେଶିକା ପରୀକ୍ଷାରେ ୫୦ ହଜାର ୯୦୧ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ । ୩୭, ୩୦୩ ଜଣ ପ୍ରାର୍ଥୀ ନିଜ ପସନ୍ଦ ଶିକ୍ଷାନୁଷ୍ଠାନ ବାଛିଛନ୍ତି । ସେହିପରି ଫ୍ରିଜ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଶୁଳ୍କ ପୈଠ କରିବା ପରେ ଇଣ୍ଟିମେଶନ ଲେଟର ଡାଉନଲୋଡ କରି ୮ରୁ ୧୧ ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ନାମଲେଖା ପ୍ରକ୍ରିୟା ସମ୍ପୁର୍ଣ୍ଣ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking