32.2 C
Bhubaneswar
Monday, August 10, 2026
Homeଓଡିଶାନଦୀ କୂଳରୁ ମିଳିଲା ମହିଳାଙ୍କ ମୃତଦେହ: ପରିବାର ଆଣିଲେ ହତ୍ୟା ଅଭିଯୋଗ

ନଦୀ କୂଳରୁ ମିଳିଲା ମହିଳାଙ୍କ ମୃତଦେହ: ପରିବାର ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ବରୀ ଅଞ୍ଚଳରେ ଅଭାବନୀୟ ଘଟଣା । ନଦୀ କୂଳରୁ ମିଳିଲା ମହିଳାଙ୍କ ମୃତଦେହ । ପରିବାର ଲୋକ ଆଣିଲେ, ହତ୍ୟା ଅଭିଯୋଗ । ଘଟଣାସ୍ଥଳରେ ବରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭା କରିଛି । ବରୀ ବାଲିଆପାଳରୁ ରମ୍ପା ନଦାବନ୍ଧ କଢରେ ଗୀତା ଦାସ ନାମକ ଜଣେ ୪୦ ବର୍ଷୀୟ ମହିଳା ଘର କରି ନିଜ ପରିବାର ସହ ରହୁଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ କାଲି ରାତି ୮ଟା ପରଠାରୁ ନିଖୋଜଥିଲେ । ବହୁ ଖୋଜାଖୋଜି ପରକେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ଘର ଠଆରୁ ଦୂର ନଦା କୂଳରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ଯାଇଥିଲେ ଲୋକେ । ଖବର ପାଇ ବରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତ ମହିଳା ଜମଙ୍କ ଗୀତା ଦାସ ବୋଲି ପରିବାର ଲୋକେ ଚିହ୍ନଟ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking