ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷା ବଢିବା ସମ୍ଭାବନା । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆସନ୍ତା ୧୩ ତାରିଖ ସୁଦ୍ଧା ଏହା ଲଘୁଚାପର ରବପ ନେଭା ସମ୍ଭାବନା ରହିଛି । ଉତ୍ତର- ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ପ୍ରାୟ ୧୬ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପୂର୍ବାନୁମାନ ଅନୁଯାୟୀ, ମୟୁରଭଞ୍ଜ , କେନ୍ଦୁଝର, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ନୟାଗଡ, ଯାଜପୁର ଢେଙ୍କାନାଳ, ଗଞ୍ଚାମ, ଅନୁଗୁଳ, ଦେବଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ଟୁଇନ ସିଟି ଭୁବନେଶ୍ୱର ଏବଂ କଟକ ପାଇଁ ପାଣିପାଗ ବିଭାଗ ସ୍ୱତନ୍ତ୍ର ଚେତାବନୀ ଜାରି କରିଛି । ଆଜି ଦିନ ୧୨ଟାରୁ ସନ୍ଧ୍ୟା ୭ଟା ଯାଏଁ ଉଭୟ ସହରରେ ତୀବ୍ର ବୃଷ୍ଟିପାତ ହେବାର ଆଶଙ୍କା ରହିଛି । ବର୍ଷା ସମୟରେ ବହାରାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।










