ଭୁବନେଶ୍ବର: ଆଜି ଭୁବନେଶ୍ୱର ରାଜ୍ୟ କଂଗ୍ରେସ ଭବନ ଆଜି ରାହୁଲ ଗାନ୍ଧୀଙ୍କ ଜୀବନୀ ଆଧାରିତ ଏକ ଓଡିଆ ସଙ୍ଗୀତ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଗୀତ ଉନ୍ମୋଚନ କରିବା ସହିତ ଏହି କାର୍ଯ୍ୟ ପାଇଁ ଆୟୋଜକ ଗ୍ରୁପକୁ ଶୁଭେଚ୍ଛା ଜଣାଇଛନ୍ତି । ସାଇଶକ୍ତି ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ କରାଯାଇଛି ଏବଂ ଏହା ଶ୍ରୀ ରାହୁଲ ଗାନ୍ଧୀଜୀଙ୍କ ଆଦର୍ଶ, ସଂଘର୍ଷ ଓ ଜନସେବା ପ୍ରତି ସମର୍ପିତ ଏକ ସଙ୍ଗୀତମୟ ଉପହାର ଓ ଏହି ସଂଗୀତଟି ଆଗାମୀ ଦିନରେ ଓଡିଶାର ପ୍ରତି କଂଗ୍ରେସ ପ୍ରେମୀ ଓ ରାହୁଲପ୍ରେମୀଙ୍କ ନିକଟରେ ଆଦୃତ ହେବ ବୋଲି ମଧ୍ୟ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓପିସିସି ସଭାପତିଙ୍କ ସହ ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନା, ବିଧାୟକ ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ସେଠୀ ପ୍ରଯୋଜକ ଶ୍ରୀ ପ୍ରତାପ କୁମାର ପ୍ରଧାନ, କଣ୍ଠଶିଳ୍ପୀ ବିଶିଷ୍ଟ ଲୋକପ୍ରିୟ ଗାୟକ ଶ୍ରୀ ଅନୁରାଗ ଦାସ, ଗୀତିକାର ,ଇଂ. ଅଜୟ କୁମାର ସେଠୀ ଏବଂ ଅନେକ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।










