ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମା ପାଟଣେଶ୍ୱରୀ ମନ୍ଦିର ପଛ ପଟେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ହୋଇଥିବା ଅଭିଯୋଗ l ବିଳମ୍ବିତ ରାତି ପ୍ରାୟ ୨ଟା ରୁ ୩ଟା ମଧ୍ଯରେ ଘଟିଛି ଘଟଣା l କିଛି ଯୁବକ ଉକ୍ତ ବ୍ୟକ୍ତିଙ୍କୁ ଲୁଟ ଉଦ୍ୟମ କରିଥିବା ଅନୁମାନ କରୁଛି ପୁଲିସ lଲୁଟ୍ ବିଫଳ ହେବାରୁ ଯୁବକମାନେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି l ମୃତକଙ୍କ ପରିଚୟ ମିଳି ପାରିନାହିଁ l ମୃତଦେହକୁ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି l ଏହି ହତ୍ୟା ଘଟଣା ସନ୍ଦେହରେ ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି l









