29.1 C
Bhubaneswar
Tuesday, August 18, 2026
Homeଓଡିଶାବାପା-ମାଆଙ୍କୁ ଛୁରି ଭୁଶିଦେଲା ପୁଅ

ବାପା-ମାଆଙ୍କୁ ଛୁରି ଭୁଶିଦେଲା ପୁଅ

ପୁରୀ: ପୁଅର ଭୟଙ୍କର କାଣ୍ଡକୁ ନେଇ ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ବାପା-ମାଆଙ୍କୁ ଛୁରି  ଭୁଶିଦେଲା  ପୁଅ । ଆଉ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଗଣେଶ୍ୱରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଦୀପ୍ତି ରଥ ପାରିବାରିକ କଳହକୁ ନେଇ ନିଜ ବାପା ଓ ମାଆଙ୍କୁ ଛୁରିରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଘଟଣାରେ ଉଭୟ ଗୁରୁତର ଆହତ ହୋଇ ଗୋପ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।ଖବର ପାଇ ଗୋପ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ହାତରେ ଛୁରି ଧରିଥିବା ଅଭିଯୁକ୍ତ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲା । ବଞ୍ଚାଇବାକୁ ଯାଇ ଗୋପ ଥାନାର କନଷ୍ଟେବଳ ଚିପ୍ତେଶ୍ୱର ନାୟକ ଗୁରୁତର ଆହତ ହୋଇଛନ୍ତି । ଏସ୍‌ଆଇ ବୁଦ୍ଧରାୟ ମାଝୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ପୋଲିସ ପହଞ୍ଚିବା ପରେ ଅଭିଯୁକ୍ତ ନିଜକୁ ଏକ ଘର ଭିତରେ ବନ୍ଦ କରି ରଖିଥିଲା । ହାତରେ ଛୁରି ଥିବାରୁ ତାକୁ କାବୁ କରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି । ପୂର୍ବରୁ ପୁଅର ମାନସିକ ଅବସ୍ଥା ଠିକ୍ ନଥିବା ବାପା କହିଥିବା ବେଳେ, ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ନେଇ ପୋଲିସ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking