ଓଡିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗ ମାମଲାରେ ଘୁଞ୍ଚିଲା ଶୁଣାଣି । ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲେ ରାଜ୍ୟ ସରକାର । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମସୟ ଧାର୍ଯ୍ୟ କରିଛନ୍ତି । ଡିଜିପି ଚୟନ ବେଳେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କର ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଦାୟର ହୋଇଛି ପିଆଇଏଲ । ଗତ ୧୩ ତାରିଖରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ରାଜ୍ୟରେ ଡିଜିପି ଚୟନ ପ୍ରକ୍ରିୟା ଉପରେ ବ୍ରେକ ଲଗାଇଥିଲେ । ବିଶେଷ କରି ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଡିଜିପି ଚୟନ ହେଉଛି କି ନାହିଁ , ସେନେଇ ପ୍ରଶ୍ନ ଉଠିଛି ।










