କଟକ : କଟକ ବାଦାମ ବାଡିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡି ଥାନାରେ ମାମଲା ରୁଜୁ ପରେ ପୋଲିସ ଦୁଇ ନାବାଳକଙ୍କୁ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ କଟକର ଏକ ହୋଟେଲକୁ ଡାକି ନାବାଳିକାକୁ ଦୁଇ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପୀଡିତା ନାବାଳିକା ମାନସିକ ସ୍ତରରେ ଭାଙ୍ଗିପଡିଥିଲେ । ସେ ନିକଟରେ ଗଡ ଗଡିଆ ପଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସୌଭାଗ୍ୟବଶତଃ ସେ ବର୍ତ୍ତିଯାଇଥିଲେ । ତାଙ୍କୁ ପୋଲିସ ଆତ୍ମହତ୍ୟା ସମ୍ପର୍କରେ ପଚରାଉଚରା କରିବା ପରେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । ବାଦାମବାଡି ଥାନା ପୋଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି ।










