32.2 C
Bhubaneswar
Tuesday, July 7, 2026
Homeଓଡିଶାଜମି କିଣା-ବିକା ହେବ ପୂରା କ୍ୟାସ୍‌ଲେସ୍

ଜମି କିଣା-ବିକା ହେବ ପୂରା କ୍ୟାସ୍‌ଲେସ୍

ଭୁବନେଶ୍ୱର : ଦଲାଲ ମୁକ୍ତ ହେବ ଜମି ପଞ୍ଜିକରଣ କାର୍ଯ୍ୟାଳୟ । ଏଣିକି ଜମି କିଣା ବିକାରେ ହେବନାହିଁ କ୍ୟାସର ବ୍ୟବହାର । ରାଜ୍ୟରେ ସମସ୍ତ ଜମି କିଣା ବିକା ହେବ ସଂପୂର୍ଣ୍ଣ କ୍ୟାସ୍ ଲେସ୍ । ଗୋଟିଏ ବି ପଇସା କ୍ୟାସ୍ ଟ୍ରାଞ୍ଜକସନ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଣିକି ରାଜ୍ୟରେ ଜମି କିଣା ବିକା ହେବ ସମ୍ପୂର୍ଣ୍ଣ କ୍ୟାସ ଲେସ । ଗୋଟିଏ ପଇସା ବି କ୍ୟାସରେ ଟ୍ରାଞ୍ଜକ୍ସନ ହେବ ନାହିଁ । ପୂର୍ବରୁ ୧୫ ହଜାର ଯାଏଁ କ୍ୟାସ କାରବାର ହେଉଥିଲା । ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯଦିଅ କେହି ନିୟମକୁ ଉଲ୍ଲଂଘନ କରୁଥିବାର ନଜର ଆସନ୍ତି । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେହିପରି ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବନି । କେବଳ ଜମି ମାଲିକ ଚିହ୍ନଟ ପାଇଁ ଯିବାକୁ ହେବ । ରେଜିଷ୍ଟ୍ରେସନ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇବେ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଖୁଵ ଶୀଘ୍ର ଏସଓପି ଜାରି ହେବ । ଏହାସହ ରାଜସ୍ବ ଅଧିକାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking