32.1 C
Bhubaneswar
Wednesday, August 26, 2026
Homeଓଡିଶାଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ

ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ବିବାଦ ପ୍ରସଙ୍ଗ । ଏହା ଶାସ୍ତ୍ର, ପରମ୍ପରା ଓ ଇତିହାସ ବିରୋଧୀ ବୋଲି କହିଛନ୍ତି ଜଗଦଗୁରୁ ସ୍ବାମୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରସଙ୍ଗରେ କୋର୍ଟଙ୍କ ହସ୍ତକ୍ଷେପ ଅନୁଚିତ। ଫିଲ୍ମରେ ଜଗନ୍ନାଥଙ୍କୁ ବିକୃତ ରୂପରେ ପ୍ରଦର୍ଶନ କରାଯାଇଛି। ଏହାଦ୍ବାରା ହିନ୍ଦୁ ଦେବାଦେବୀଙ୍କ ପ୍ରତି ପିଲାଙ୍କ ମନରେ ଭୁଲ ଧାରଣା ଆସିବ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।ସେପଟେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟକୁ ନେଇ ଗଜପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭା । ଆନିମେସନ ଫିଲ୍ମ ଦ୍ବାରା ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି ଓ ତତ୍ତ୍ବ ନଷ୍ଟ ହେଉଛି । ଫିଲ୍ମରେ ଜଗନ୍ନାଥଙ୍କୁ ବିକୃତ ଭାବେ ଦର୍ଶାଯାଇଛି । ସମସ୍ତ ମାଧ୍ୟମରେ ଏହାର ପ୍ରସାରଣ ଉପରେ ରୋକ ଲଗାଇବା କୁ ଦାବି ହୋଇଛି । ପୂର୍ବରୁ ଫିଲ୍ମ ରିଲିଜ୍ ଉପରେ ରୋକ୍ ପାଇଁ ମନା କରିଥିଲେ ସୁପ୍ରିମକୋର୍ଟ ।ଜୁଲାଇ ୨୯ ତାରିଖରେ ଫିଲ୍ମ ରିଲିଜ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିବା ସହ ଫିଲ୍ମ ରିଲିଜ ବ୍ୟାନ୍ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ ସୁପ୍ରିମକୋର୍ଟ । ଯାହା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ବିଷୟକୁ ନେଇ ବଡ଼ ବୈଠକ ବସିଥିଲା। ଯାହା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ବିଷୟକୁ ନେଇ ବଡ଼ ବୈଠକ ବସିଥିଲା। ଚଳଚ୍ଚିତ୍ରର ଟ୍ରେଲର ଏବଂ ପ୍ରଭୁ ଜଗନ୍ନାଥଙ୍କ ଚିତ୍ରଣକୁ ନେଇ ଆପତ୍ତିରୁ ଏହି ବିବାଦ ଉପୁଜିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking