ବାରଙ୍ଗ: ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ପୋଲିସ ଏକ ପରିତ୍ୟକ୍ତ ଘରୁ ବେକରେ ଦଉଡି ଦେଇ ଝୁଲିଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ କଙ୍କାଳ ଉଦ୍ଧାର କରିଛି । କଙ୍କାଳଟି ଗୋଡିସାହି ଗ୍ରାମର ପଦିଆ ନାଏକଙ୍କର ବୋଲି ଜଣାଯାଇଛି । ପଦିଆ ନାଏକଙ୍କ ବାପା ଟୁକୁନା ନାଏକ ପୁଅର କଙ୍କାଳକୁ ଚିହ୍ନଟ କରିଛନ୍ତି । ସୂଚନାଯୋଗ. ପଦିଆ ନାଏକ ଗତ ୨୮ ତାରିଖରୁ ନିଖୋଜ ଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କଲେ କି ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ କି ଏନେଇ ଥାନାରେ ଅଭିଯୋଗ କରାଯାଇନାହିଁ । ପୋଲିସ ଘଟଣାରନ୍ଦନ୍ତ ଆରମ୍ଭ କରିଛି ।










