ପୁରୀ : ଘୋଷଯାତ୍ରା ପରେ ରଥଭଙ୍ଗାର ଏହି ପରମ୍ପରା ଶ୍ରୀକ୍ଷେତ୍ରର ଏକ ନିଆରା ରୀତିନୀତି । ତିନି ରଥର ବିଭିନ୍ନ ଅଂଶକୁ ନିୟମ ଅନୁସାରେ ଖୋଲାଯାଇ ଭଙ୍ଗାଯିବ । ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଇଛି ।ସେପଟେ ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।ଭକ୍ତଙ୍କ ଭିଡ଼ ଏବଂ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଶେଷ ନଜର ରଖାଯାଉଛି । ଘୋଷଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗର କେନ୍ଦ୍ର ପାଲଟିଥିବା ଏହି ତିନି ରଥ, ଏବେ ପରମ୍ପରା ଅନୁଯାୟୀ ଭଙ୍ଗାଯାଉଛି । ଆଉ ଏହା ସହ ଧୀରେ ଧୀରେ ଶେଷ ହେଉଛି ଚଳିତବର୍ଷର ରଥଯାତ୍ରାର ଆଉ ଏକ ପର୍ବ ।









