ନେପାଳ: ଭାରତର ପଡ଼ୋଶୀ ଦେଶ ନେପାରେ ଆଜି ଆକସ୍କିକ ବନ୍ୟା ଆସିଛି । ଏହି ବନ୍ୟାରେ ୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ବନ୍ୟାରେ ୪୦୦ ରୁ ଅଧିକ ଲୋକ ଭାସିଯାଇଥିବା ନେପାଳ ପର୍ଯ୍ୟଟନ ବୋର୍ଡ କହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ନେପାଳ ପର୍ଯ୍ୟଟନ ବୋର୍ଡର ତଥ୍ୟ ମୁତାବକ ଏହି ୪୦୦ ଜଣଙ୍କ ମଧ୍ୟରୁ ୧୦୫ ଜଣ ଭାରତୀୟ ରହିଛନ୍ତି ।ସେପଟେ ବୁଧବାର ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ, ଚୀନ୍ର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଦେଶ ଦୁଇଟିର ସୀମାର ଚୀନ୍ ପାର୍ଶ୍ୱରେ ଥିବା ତିବ୍ବତର ଏକ ବାଣିଜ୍ୟିକ କେନ୍ଦ୍ରରେ ଭୂସ୍ଖଳନ ଘଟିବା ପରେ ‘ବଡ଼ ଧରଣର କ୍ଷୟକ୍ଷତି ଓ ଜୀବନହାନି’ ଘଟିଛି।ନେପାଳର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବନ୍ୟାଜଳ ସୀମାର ତିବ୍ବତ ପାର୍ଶ୍ୱରୁ ଆସିବା ପରେ ନେପାଳରେ ପ୍ରବେଶ କରିଥିଲା। ଫଳରେ ପ୍ରଭାବିତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଅନେକ ଗାଁ ବନ୍ୟାଜଳରେ ଭାସିଯାଇଛି।










