32.1 C
Bhubaneswar
Wednesday, August 26, 2026
Homeଓଡିଶାଜଙ୍ଗଲରେ ଲୁଚାଇଥିଲେ କୋଟି କୋଟିର ଗଞ୍ଜେଇ!

ଜଙ୍ଗଲରେ ଲୁଚାଇଥିଲେ କୋଟି କୋଟିର ଗଞ୍ଜେଇ!

ମାଲକାନଗିରି ମାଲକାନଗିରିରେ ଗଞ୍ଜେଇ ମାଫିଆଙ୍କ ଉପରେ ପୁଲିସର ବଡ଼ ଚଢ଼ାଉ। ଜଙ୍ଗଲ ଭିତରୁ ଜବତ ହେଲା ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ । କାଲିମେଳା ପୁଲିସକୁ ମିଳିଛି ଏହି ବଡ଼ ସଫଳତା । କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଞ୍ଚାୟତର ଏମଭି-୭୩ ଗାଁ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସ ସେଠାରେ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ଜଙ୍ଗଲ ଭିତରୁ ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ ।ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୨ ଲକ୍ଷ ଟଙ୍କା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ପୁଲିସ ଚଢ଼ାଉ କରିବା ପୂର୍ବରୁ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଥିଲେ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏହାକୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି ।ଏବେ ଜବତ ଗଞ୍ଜେଇକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହା ପଛରେ କେଉଁମାନେ ଅଛନ୍ତି, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ରାଜ୍ୟକୁ ଚାଲାଣ ହେବାର ଥିଲା ସେନେଇ ଖୋଳତାଡ଼ ଚାଲିଛି। ଅନ୍ୟପଟେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଅଧୀନରେ ପୁଲିସ ପକ୍ଷରୁ ଲଗାତାର ଚଢ଼ାଉ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking