କଟକ : ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା । ଆସନ୍ତା ନଭେମ୍ବର ମାସ ୨୪ ତାରିଖୁ ଆରମ୍ଭ ହେବାକୁ ଯାଉଛି କଟକ ଐତିହାସିକ ବାଲିଯାତ୍ରା । ଯାହା ଡିସେମ୍ବର ୧ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ବାଲିଯାତ୍ରା ପୂର୍ବ ବର୍ଷ ଅପେକ୍ଷା ଭବ୍ୟ ହେବ । ଉଭୟ ତଳ ଓ ଉପର ପଡ଼ିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା । ପୂର୍ବ ବର୍ଷ ଯେଉଁ ସବୁ ଭୁଲ ରହିଥିଲା । ଚଳିତ ବର୍ଷ ସେସବୁ ସୁଧାର କରାଯିବ । ଖାସ୍ କରି ବାଲିଯାତ୍ରା ବୁଲିବାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ପାର୍କିଂର ବ୍ୟବସ୍ଥା କରାଯାଇଛି । ଗାଡ଼ି ଯେପରି ବଡ଼ ସ୍ଥାନରେ ପାର୍କିଂ ହୋଇପାରିବ, ସେ ବ୍ୟବସ୍ଥା ମଧ୍ୟ କରାଯିବ ।ସେହିପରି ଚଳିତ ବର୍ଷ ବାଲିଯାତ୍ରାକୁ ବାହାର ରାଜ୍ୟରୁ କଳାକାର ଆସିବେ । ବାଲିଯାତ୍ରା ଆରମ୍ଭରୁ ଶେଷ ଯାଏଁ ମହାନଦୀରେ ଜଳକ୍ରୀଡାର ଆୟୋଜନ କରାଯିବ ।ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ହେବାକୁ ଥିବା ବେଳେ, ସୁରକ୍ଷା ଏବଂ ବ୍ୟବସ୍ଥାରେ ଅଧିକ ଧ୍ୟାନ ଦିଆଯିବ । ଯେପରି ଯେଉଁ ଲୋକ ବାଲିଯାତ୍ରା ବୁଲିବାକୁ ଆସୁଥିବ, ସେ ହସଖୁସିରେ ଫେରିବ । ସେ ଉପର ମଧ୍ୟ ଧ୍ୟାନ ଦିଆଯିବ ।










