31.1 C
Bhubaneswar
Wednesday, August 26, 2026
Homeଦେଶ ବିଦେଶନେପାଳରେ ବନ୍ୟାର ତାଣ୍ଡବ: ଜରୁରୀ କାଳୀନ ବୈଠକ ଡାକିଲେ ବାଲେନ ଶାହ

ନେପାଳରେ ବନ୍ୟାର ତାଣ୍ଡବ: ଜରୁରୀ କାଳୀନ ବୈଠକ ଡାକିଲେ ବାଲେନ ଶାହ

ନେପାଳ: ନେପାଳରେ ବନ୍ୟାର ତାଣ୍ଡବ । ହଠାତ ବନ୍ୟା ପାଣି ଆସି ଛାରଖାର କରିଦେଇଛି ଘରଦ୍ୱାର । ବୁଧବାର ସକାଳେ ତିବ୍ଦତ ସାମୀ ନିକଟରେ ଥିବା ନେପାଳର ରସୁୱା ଜିଲ୍ଲାରେ ବନ୍ୟା ପାଣି ମାଡି ଆସିବା ଫଳରେ କିଛି ଗାଁ ଏବଂ ବଡ ବଡ କୋଠା ଭୁଶୁଡି ପଡିଛି । ବହୁ ଜନଜୀବନ ନଷ୍ଟ ହୋଇଯାଇଛି । ସ୍ଥାନୀୟ ସମୟ ସକାଳ ୯ଟା ବେଳେ ଏଭଳି ବନ୍ୟାର ବିତ୍ପାତ ହୋଇଥିବା ନେଇ ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି, ନଦୀକୂଳ ନିକଟରେ ରହୁଥିବା ବାସିନ୍ଦାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ , ଏହି ବନ୍ୟାପାଣିରେ ୧ ହଜାରରୁ ଅଧି ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି । ଉଦ୍ଧାର ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚି ଭାସିଯାଇଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ନେପାଳ ପୋଲିସର ସୂଚନା ଅନୁଯାୟୀ, ତିବ୍ଦତୀୟ ପାର୍ଶ୍ୱରୁ ଉତ୍ପନ୍ନ ଭୋଟେ କୋଶି ନଦୀର ଜଳସ୍ତରରେ ବ୍ୟାପକ ବୃଦ୍ଧି ଯୋଗୁଁ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କର୍ତ୍ତୃପକ୍ଷ ତ୍ରିଶୁଳି ନଦୀ ଅବବାହିକା କୂଳରେ ଥିବା ଜିଲ୍ଲାଗୁଡ଼ିକ, ଯଥା ନୁୱାକୋଟ, ଧାଡିଙ୍ଗ, ଚିତୱାନ ଏବଂ ଗୋରଖା ଏବଂ ଆଖପାଖ ଅଞ୍ଚଳଗୁଡ଼ିକରେ ବାସ କରୁଥିବା ଲୋକଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ଏବଂ ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ରହିବାକୁ ଅନୁରୋଧ କରିଛନ୍ତି।ତେବେ ନେପାଳରେ ହଠାତ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ମଧ୍ୟରେ ପ୍ରଧାନମନ୍ତ୍ରୀ ବାଲେନ ଶାହ ପରିସ୍ଥିତି ସମୀକ୍ଷା ଏବଂ ରିଲିଫ ପ୍ରୟାସ ସମନ୍ୱୟ କରିବା ପାଇଁ ଏକ ଜରୁରୀ କାଳୀନ ବୈଠକ ଡାକିଛନ୍ତି । ଏଥିସହ ନେପାଳର ପରାମର୍ଶଦାତା ଅସୀମ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପ୍ରଭାବିତ ଅଞ୍ଚଳର ମୁଖ୍ୟ ଜିଲ୍ଲା ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି ଏବଂ ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking