31.1 C
Bhubaneswar
Wednesday, August 26, 2026
Homeଓଡିଶାତଳିଆ ଅଞ୍ଚଳର ନଦୀ ଫୁଲିବ, ବନ୍ୟା ହେବ ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ତଳିଆ ଅଞ୍ଚଳର ନଦୀ ଫୁଲିବ, ବନ୍ୟା ହେବ ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବୁଧବାର ସଂଧ୍ୟା ସୁଦ୍ଧା ମୁଣ୍ଡୁଳିରେ ସାଢେ ୬ ଲକ୍ଷ ପାଣି ପ୍ରବାହିତ ହେବ । ତଳିଆ ଅଞ୍ଚଳରେ ନଦୀ ଫୁଲିବ । ହେଲେ ବନ୍ୟା ହେବ ନାହିଁ  ବୋଲି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବର୍ଷା କମିଛି । ସମ୍ବଲପୁରରେ ବାମରାରେ ସର୍ବାଧିକ ୪୯ ମିଲିମିଟର ବର୍ଷା ହେଇଛି। ରାଜ୍ୟର କୌଣସି ନଦୀରେ ବନ୍ୟାର ପ୍ରଭାବ ନାହିଁ । ହୀରାକୁଦରେ ୧୬ଟି ଗେଟ୍ ଦେଇ ପାଣି ନିଷ୍କାସନ ହେଉଛି। ବୁଧବାର ସନ୍ଧ୍ୟାରେ ୬ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ମୁଣ୍ଡୁଳିରେ ପ୍ରବାହିତ ହେବ। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୨୩ ଫୁଟ ପାଣି ରହିଛି।ସେହିପରି ଲଗାଣ ବର୍ଷା ପରେ ରାଜ୍ୟରେ ଅନେକ ଅଞ୍ଚଳରେ ସ୍ଥିତି ସୁଧୁରୁଛି । ଖାସ୍‌ କରି ବୈତରଣୀରେ ବନ୍ୟା ସ୍ଥିତିର ସୁଧାର ଆସୁଛି । ଆଖୁଆପଦା, ବ୍ରାହ୍ମଣୀ, ସାଳନ୍ଦୀରେ ବି ସତର୍କ ଲେବୁଲ ତଳେ ପାଣି ପ୍ରବାହିତ ହେଉଛି। ତଳିଆ ଅଞ୍ଚଳର ନଦୀ ଫୁଲିବ, ହେଲେ ବନ୍ୟା ହେବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking