28.1 C
Bhubaneswar
Friday, August 21, 2026
Homeଓଡିଶାସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ

ତାଳଚେର:  ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଛି ତାଳଚେରର ଗୁରୁଜାଙ୍ଗ । ଆଜିଠାରୁ ଏହି ଶତବାର୍ଷିକୀ ମହୋତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଏହି ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ତାଳଚେର ଗୁରୁଜାଙ୍ଗରେ ହେବାକୁ ଥିବା ଏହି ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଯୋଗଦେବେ ।ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଗୁରୁଜାଙ୍ଗରେ ପହଞ୍ଚିବା ପରେ ଶତବାର୍ଷିକୀ ମହୋତ୍ସବର ଉଦ୍‌ଘାଟନ କରିବେ । ଏହାପରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ ।ସେପଟେ ବଡ଼ ଧରଣର ଜନସମାଗମକୁ ଆଖି ଆଗରେ ରଖି ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିଭିଆଇପି ଗସ୍ତ ସହ ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ଟ୍ରାଫିକ୍ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟ ପୁଲିସର ନଜର ରହିଛି ।

ଏହି ମହୋତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହ ୨୦ ହଜାରରୁ ଅଧିକ ଲୋକ ଯୋଗଦେବାର ଆଶା କରାଯାଉଛି ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନ, ତାଙ୍କ ସେବା ଓ ଆଦିବାସୀ ସମାଜ ପାଇଁ ତାଙ୍କ କାର୍ଯ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଶତବାର୍ଷିକୀ ମହୋତ୍ସବ ଆୟୋଜିତ ହେଉଛି । ଏହା ପୂର୍ବରୁ ମଧ୍ୟ ତାଙ୍କ ଜୀବନୀ ଆଧାରିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ତେବେ ଗୁରୁଜାଙ୍ଗରେ ଶତବାର୍ଷିକୀ ମହୋତ୍ସବକୁ ନେଇ ପ୍ରସ୍ତୁତି ଜୋରଦାର । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ବିଶାଳ ଜନସମାଗମକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ରହିଛି ସମସ୍ତଙ୍କ ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking