କଳାହାଣ୍ଡି: ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ । ୫୫ ବର୍ଷ ବୟସରେ ନିଜ ଗାଁ ଦାନାରିଗୁଡାରେ ପରଲୋକ ହୋଇଛି । ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ କଳାହାଣ୍ଡି ଜିଲ୍ଲା ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଶିବାଜୀ ମାଝୀ ୨୦୦୯ ମସିହାରେ ଲାଞ୍ଜିଗଡର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ପ୍ରଥମେ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ ପ୍ରଥମେ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ । ଗତ ବିଜେଡି ସରକାର ସମୟରେ ସେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଓ ହରିଜନ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସୂଚନା ଅନୁସାରେ , ଗତ କିଛି ଦିନ ତଳେ ଶିବାଜୀ ମାଝି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଭୁବନେଶ୍ୱରରେ ଚିକିତ୍ସିତ ମଧ୍ୟ କରାଯାଇଥିଲା । ତେବେ ଶେଷରେ ନିଜ ଗାଁ ଦାନାରୀଗୁଡାରେ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ଜୁନାଗଡ ବିଧାୟକ କ୍ୟାପେଟନ ଦିବ୍ୟ ଶଙ୍କର ମିଶ୍ର , ପୂର୍ବତନ ଜୁନାଗଡ ବିଧାୟକ କ୍ୟାପେଟନ ଦିବ୍ୟ ଶଙ୍କର ମିଶ୍ର , ପୂର୍ବତନ ଜୁନାଗଡ ବିଧାୟକ ଗୋବର୍ଦ୍ଧନ ଦାସଙ୍କ ସମେତ କଳାହାଣ୍ଡି ଜିଲ୍ଲାର ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ପରିବାର, ସମର୍ଥକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।










