କୋରାପୁଟ: କୋରାପୁଟ ଲକ୍ଷ୍ମୀପୁରରେ ମୃଦୁ ଭୂମିକମ୍ପ ଅନୁଭୂତ, ଭୟରେ ଘରୁ ଓ ବ୍ୟବସାୟ ପ୍ରତିଷ୍ଠାନରୁ ବାହାରି ଆସିଲେ ଲୋକେ । ମଙ୍ଗଳବାର ରାତି ୮ଟା ୩୯ ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଅଧିକାଂଶ ଲୋକେ ଛାନିଆ ହୋଇ ଘରୁ ବାହାରକୁ ବାହାରି ପଡିଥିଲେ । ବସ୍ ଷ୍ଟାଣ୍ଡର କିଛି ବ୍ୟବସାୟୀ ମଧ୍ୟ ଦୋକାନରୁ ବାହାରି ପଡ଼ିଥିଲେ। ଭୂମିକମ୍ପ ଅନୁଭୂତ ହେବା ପରେ ଅନେକ ଲୋକେ ଫୋନ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କୁ ଫୋନ୍ କରିଥିଲେ । ଗତ କିଛି ଦିନ ତଳେ ମଧ୍ୟ ଅଞ୍ଚଳରେ ଏଭଳି ଭୂମିକମ୍ପ ଅନୁଭୂତ ହୋଇଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।










