କଟକ: ନିଶ୍ଚିନ୍ତକୋଇଲି ଗଣଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତ ଗିରଫ। କଟକ ନିଶ୍ଚିନ୍ତକୋଇଲି ଗଣଦୁଷ୍କର୍ମ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୋଲିସ। ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍ପି ଭିନିତ ଅଗ୍ରୱାଲ। ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ମାମଲାର ତ୍ବରିତ ଶୁଣାଣି ପାଇଁ ପଦକ୍ଷେପ ନିଆଯିବ। ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସପି। ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାରରେ କେନ୍ଦ୍ରାପଡ଼ା ଆଡ଼କୁ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ପରେ ଯୁବତୀଙ୍କୁ ଏକାକୀ ପାଇ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।










