27.1 C
Bhubaneswar
Tuesday, September 22, 2026
Homeଓଡିଶାଦୁଇ ବର୍ଷିଆ ବିଏଡ଼, ଏମ୍ଏଡ଼, ବିଏଚଏଡ଼ ଆଡ଼ମିଶନର ପ୍ରଥମ ମେଧା ତାଲିକା ପ୍ରକାଶିତ

ଦୁଇ ବର୍ଷିଆ ବିଏଡ଼, ଏମ୍ଏଡ଼, ବିଏଚଏଡ଼ ଆଡ଼ମିଶନର ପ୍ରଥମ ମେଧା ତାଲିକା ପ୍ରକାଶିତ

ଭୁବନେଶ୍ୱର: ଦୁଇ ବର୍ଷିଆ ବିଏଡ଼, ଏମ୍ଏଡ଼, ବିଏଚଏଡ଼ ପାଠ୍ୟକ୍ରମ ଆଡ଼ମିଶନର ପ୍ରଥମ ମେଧା ତାଲିକା ଆଜି ସାମ୍ସ ପୋର୍ଟାଲରେ ପ୍ରକାଶିତ ହୋଇଛି। ଦୁଇ ବର୍ଷିଆ ବିଏଡ଼,ଏମ୍ଏଡ଼, ବିଏଚଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବମୋଟ ୪୪,୨୨୨ ଜଣ ଛାତ୍ରଛାତ୍ରୀ ଚଏସ୍‌ ଲକିଙ୍ଗ କରିଥିଲେ। ସେଥି ମଧ୍ୟରୁ ପ୍ରଥମ ମେଧା ତାଲିକାରେ ୨୮୨୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନିତ ହୋଇଛନ୍ତି। ୧୩୨୯ ଜଣ ଛାତ୍ର ଏବଂ ୧୪୯୬ ଜଣ ଛାତ୍ରୀ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଛନ୍ତି। ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଏବଂ ଫ୍ରିଜ୍‌ ବିକଳ୍ପ ବାଛୁଥିବା ଛାତ୍ରଛାତ୍ରୀମାନେ ନିଜର ଆଡମିଶନ ଫି’ ଅନଲାଇନ ମାଧ୍ୟମରେ ପ୍ରଦାନ କରିବେ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯାଇ ଆସନ୍ତା ୧୪ ଅଗଷ୍ଟ ସୁଦ୍ଧା ନିଜର ଆଡ଼ମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ସ୍ଲାଇଡ଼ ବିକଳ୍ପ ବାଛୁଥିବା ଛାତ୍ରଛାତ୍ରୀମାନେ ଅନଲାଇନରେ ଆଡ଼ମିଶନ ଫି’ ପ୍ରଦାନ କରି ଦ୍ଵିତୀୟ ମେଧା ତାଲିକା ପ୍ରକାଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ସୂଚନାଯୋଗ୍ୟ ଯେ, ଦୁଇ ବର୍ଷିଆ ବିଏଡ଼, ଏମ୍ଏଡ଼, ବିଏଚଏଡ଼ ପାଠ୍ୟକ୍ରମ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ସର୍ବମୋଟ ୨୮୨୫ ସିଟ୍ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking