29.1 C
Bhubaneswar
Saturday, August 15, 2026
Homeଓଡିଶା୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି: ମୁଖ୍ୟମନ୍ତ୍ରୀ

୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ନଥିଲା, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ ।ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ଅହିଂସା ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂଙ୍କ ଭଳି କ୍ରାନ୍ତିକାରୀଙ୍କ ସଂଗ୍ରାମକୁ ସେ ସ୍ମରଣ କରିଛନ୍ତି । ଓଡ଼ିଶାର ବୀର ସଂଗ୍ରାମୀ ଓ ଜନଆନ୍ଦୋଳନର ଅବଦାନକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ପାଇକ ବିଦ୍ରୋହ, ଇରମ, ଘୁମୁସର ବିଦ୍ରୋହ, ପ୍ରଜାମଣ୍ଡଳ ଆନ୍ଦୋଳନ ଓ ଆଦିବାସୀ ବିଦ୍ରୋହ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିଥିବା ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking