ଭୁବନେଶ୍ୱର: ବନ୍ୟାକୁ ନେଇ ଏକ୍,ରେ ନବୀନଙ୍କ ପୋଷ୍ଟକୁ କଟାକ୍ଷ କଲା ବିଜେପି । ଏଭଳି ସମୟରେ ନବୀନ କଣ କରୁଛନ୍ତି ପ୍ରସ୍ନ କଲେ ବିରଞ୍ଚି ତ୍ରିପାଠୀ । ବନ୍ୟା ପରିଚାଳନାରେ ସରକାର ବ୍ୟସ୍ତ, କିନ୍ତୁ ନବୀନ କମ କରୁଛନ୍ତି । ଘରେ ବସି ସୋସିଆଲ ମିଡିଆଲ ମିଡିଆରେ ପୋଷ୍ଟ କରି ଦେଲେ କାମ ସରିବ ନାହିଁ । ବିରୋଧୀ ଦଳ ନେତା ଭାବେ ରାଜ୍ୟବାସୀଙ୍କ ପ୍ରତି ତାଙ୍କର ମଧ୍ୟ ଦାୟିତ୍ୱ ଅଛି । ସେ ଲୋକଙ୍କ ପାଖରେ ଠିଆ ହେବା କଥା , ହେଲେ ତାହା କଲେ ନାହିଁ । ଏବର୍ଷ ବାରମ୍ବାର ବନ୍ୟା ଆସିବା ପରେ ମଧ୍ୟ ସେ ଘରୁ ବାହାରି ନାହାନ୍ତି । କୁଆଡେ ନ ଯାଇ କେବଳ ପୋଷ୍ଟ କରି କାମ ସାରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଚଞ୍ଚକତାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ କହିଛନ୍ତି ବିରଞ୍ଚି ତ୍ରିପାଠୀ ।










