30.1 C
Bhubaneswar
Friday, August 14, 2026
Homeଓଡିଶାଜେଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜେଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦିଗପହଣ୍ଡି: ଦିଗପହଣ୍ଡି ଜେଲରେ ୱାଡେନ୍  ଆତ୍ମହତ୍ୟା କରିଛନ୍ତି । ଜେଲ କ୍ୱାଟର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।ଆତ୍ମହତ୍ୟା କରିଥିବା ୱାଡେନ୍  ଜଣଙ୍କ ଶିବାନନ୍ଦ ସ୍ୱାଇଁ । ସେ ୧୫ ଦିନ ହେବ ଦିଗପହଣ୍ଡି ଜେଲରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ପୁରୀରେ ଥିଲେ । ବଦଳି ହୋଇ ଦିଗପହଣ୍ଡି ଆସିଥିଲେ । ହେଲେ ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ ଜେଲରେ ପହଂଚି ଶିବାନନ୍ଦଙ୍କ ମୃତଦେହ ଉଦ୍ଧାର କରିଛି । ଏହାସହ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି । ହେଲେ ସବୁଠାରୁ ବଡ଼ ପ୍ରଶ୍ନ ଜେଲର ଶିବାନନ୍ଦ ସ୍ୱାଇଁ ମାତ୍ର ୧୫ ଦିନ ତଳେ ଦିଗପହଣ୍ଡି ଜେଲରେ ଯୋଗ ଦେଇଥିବା ବେଳେ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ । ତାଙ୍କ ଆତ୍ମହତ୍ୟା ପଛରେ ପାରିବାରିକ ସମସ୍ୟା, ନା ପ୍ରେମ ଜନିତ ସମସ୍ୟା କି ଉପରିସ୍ଥ ଅଧିକାରୀଙ୍କ ଚାପ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking