30.1 C
Bhubaneswar
Friday, August 14, 2026
Homeଦେଶ ବିଦେଶବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବେ ଇରାନ ରାଷ୍ଟ୍ରପତି

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବେ ଇରାନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତରେ ଆସିବେ ବୋଲି ଇରାନୀ ସୂତ୍ରରୁ ଶୁକ୍ରବାର ଜଣାପଡ଼ିଛି। ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ୧୮ଶ ତମ ବ୍ରିକ୍ସ ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି। ଏହି ଶିଖର ସମ୍ମିଳନୀ ଭାରତର ‘ସ୍ଥାୟୀତା, ନବସୃଜନ, ସହଯୋଗ ଓ ସ୍ଥିରତା ପାଇଁ ନିର୍ମାଣ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେବ। ଭାରତ ୨୦୨୬ ଆରମ୍ଭରେ ବ୍ରାଜିଲଠାରୁ ବ୍ରିକ୍ସ ଅଧ୍ୟକ୍ଷତା ଗ୍ରହଣ କରିଥିଲା। ଅକ୍ଟୋବର ୨୦୨୪ ରେ ପେଜେସ୍କିଆନ ରୁଷର କାଜାନଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ, ଯେଉଁଠାରେ ଦୁଇ ନେତା ଦ୍ୱିପାକ୍ଷିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଇରାନ ୨୦୨୪ରେ ବ୍ରିକ୍ସର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲା। ସେହିବର୍ଷ ଇଜିପ୍ଟ, ଇଥୋପିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ବ୍ରିକ୍ସ ସଦସ୍ୟ ହୋଇଥିଲେ। ୨୦୨୫ରେ ଇଣ୍ଡୋନେସିଆ ବ୍ରିକ୍ସ ସଦସ୍ୟ ହେବାପରେ ଏହି ଗୋଷ୍ଠୀର ସଦସ୍ୟଙ୍କ ସଂଖ୍ୟା ୧୧ରେ ପହଞ୍ଚି ଥିଲା। ଜୁନ୍ ମାସର ପ୍ରାରମ୍ଭରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଭାରତ ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking