ଭୁବନେଶ୍ବର: ବିଡିଏର ପୂର୍ବତନ ସେକ୍ସନ ଅଫିସର ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ । ଘରର ମାଲିକାନା ହସ୍ତାନ୍ତର ପାଇଁ ମାଗୁଥିଲେ ଲାଞ୍ଚ । ପୂର୍ବତନ ସେକ୍ସନ ଅଫିସର ହେଲେ ତାରିଣୀ ଚରଣ ଦାସ । ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଭୁବନେଶ୍ୱର ତାଙ୍କୁ ୩ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ରାୟ ଶୁଣାଇଛନ୍ତି ।
ସୂଚନା ଅନୁସାରେ, ବିଡିଏର ପୂର୍ବତନ ସେକ୍ସନ ଅଫିସର ତାରିଣୀ ଚରଣ ଦାସ । ଅବସର ପରେ ତାଙ୍କ ଘରର ମାଲିକାନା ହସ୍ତାନ୍ତର ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏହି ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଏକ ମାମଲା ରୁଜୁ କରିଥିଲା । ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଭୁବନେଶ୍ୱର ଏହି ମାମଲାର ଶୁଣାଣି କରି ତାଙ୍କୁ ୩ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ରାୟ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କର ପେନସନ ବନ୍ଦ କରିବା ପାଇଁ କୁହାଯାଇଛି ।










