ଭୁବନେଶ୍ୱର: ରାଜଧାନୀରୁ ହଟିବ ଜବରଦଖଲ, ମାଟିରେ ମିଶିବ ଘର । ୩୩୦ରୁ ଅଧିକ ଘର ଭାଙ୍ଗିବ BMC, BDA । ଜବରଦଖଲକାରୀଙ୍କ ବିରୋଧରେ BMC BDA ର କଡ଼ା ପଦକ୍ଷେପ । ନୀଳାଦ୍ରି ବିହାରରେ ଥିବା ପ୍ରାୟ ୮୯୦ ଘର ମଧ୍ୟରୁ ୩୩୦ଟି ଘର ଜବର ଦଖଲ ଉଚ୍ଛେଦ କରାଯିବା ପାଇଁ ହୋଇଛି ପ୍ରସ୍ତୁତି । ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଟ୍ରାଂଜିଟ ହାଉସରେ ଦୀର୍ଘ ଦିନ ଧରି ଲୋକମାନେ ରହିଥିବାବେଳେ ସେମାନଙ୍କୁ ନିକଟସ୍ଥ ବୁଧବିହାର ଅଞ୍ଚଳରେ ଥିବା ହାଉସିଂ ପ୍ରୋଜେକ୍ଟରେ ଘର ଯୋଗେଇଛନ୍ତି ସରକାର ।ହେଲେ ଘର ପାଇବା ପରେ ମଧ୍ୟ ଏହି ଲୋକମାନେ ଟ୍ରାଂଜିଟ ହାଉସ ଖାଲି କରୁନଥିଲେ । ତେଣୁ ବାଧ୍ୟ ହୋଇ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି BMC ଓ BDA। ଚନ୍ଦ୍ରଶେଖରପୁର ଥାନା ପୁଲିସ ଉପସ୍ଥିତିରେ ଆଉ କିଛି ସମୟ ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ।










