ଭୁବନେଶ୍ୱର: ଗୀତା ପାଠରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବତଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ ଆୟୋଜିତ ହେବ ଗୀତା ପାଠ ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା । ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ସରକାରୀ/ ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି । ଭଗବତଗୀତାର ଷଷ୍ଠ ଅଧ୍ୟାୟ ଆତ୍ମ ସଂଯମ ଯୋଗକୁ ଆଧାର କରି ଗୀତାପାଠ ପ୍ରତିଯୋଗିତା ହେବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହେବ ଏବଂ ସେଠାରୁ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ତେବେ ଜିଲ୍ଲାସ୍ତରୀୟ ପ୍ରତି ଯୋଗିତାର ତାରିଖ ସମ୍ପର୍କରେ ବିଭାଗୀୟ ପତ୍ରରେ କୌଣସି ସୂଚନା ଦିଆଯାଇନାହିଁ । ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାର ବିଜେତାଙ୍କୁ ନେଇ ଡିସେମ୍ବର ୨୬, ୨୭ ୨୦୨୬ରେ ପୁରୀର ବାଲିଘାଇ ସ୍ଥିତ ହରିହରାନନ୍ଦ ଗୁରୁକୁଳମରେ ରାଜ୍ୟସ୍ତରୀୟ ଗୀତା ପାଠ ପ୍ରତିଯୋଗିତା ଆୟୋଜିତ ହେବ । ରାଜ୍ୟସ୍ତରରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପାଇଁ ସ୍କଲାରସିପ ପ୍ରଦାନ କରାଯିବ । ପରୀକ୍ଷୀରେ ଅଂଶ ନେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ନିର୍ଦ୍ଧାରିତ ପରୀକ୍ଷା ଫି ଦେବାକୁ ପଡିବ ।










