31.7 C
Bhubaneswar
Sunday, August 9, 2026
Homeଓଡିଶାହସ୍ପିଟାଲର କ୍ଵାର୍ଟର୍ସରୁ ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ

ହସ୍ପିଟାଲର କ୍ଵାର୍ଟର୍ସରୁ ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ

ନୂଆପଡ଼ା: ନୂଆପଡା ଧରମବନ୍ଧା ସରକାରୀ ହସ୍ପିଟାଲର କ୍ଵାର୍ଟର୍ସ ଭିତରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଯୁବତୀ ଜଣକ ଧରମବନ୍ଧା ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବରେ କାମ କରୁଥିଲେ। ଘଟଣାସ୍ଥଳରେ ଧରମବନ୍ଧା ପୁଲିସ ଛାନଭିନ୍ କରୁଛି। ମୃତ୍ୟୁର କାରଣ ଜଣାପଡିନାହିଁ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍‌ ତଥ୍ୟ ସଂଗ୍ରହ କରିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନା ମୁତାବିକ, ଶନିବାର ସକାଳେ ଧରମବନ୍ଧା ସରକାରୀ ହସ୍ପିଟାଲର ଏକ କ୍ବାର୍ଟର୍ସ ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଯୁବତୀ ଜଣକ କୋଧପାଲ୍ଲୀର ମମତା ମାଝୀ ବୋଲି ପରିଚୟ ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଧରମବନ୍ଧା ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପାରିପାର୍ଶ୍ବିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ସାଇଣ୍ଟିଫିକ୍ ଟିମ୍ ଛାନ୍‌ଭିନ୍ ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଯୁବତୀ ଜଣକ ଧରମବନ୍ଧା ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି। ତାଙ୍କ ସହ କ୍ବାର୍ଟର୍ସରେ ରହୁଥିବା ଅନ୍ୟ ଜଣେ ଯୁବତୀଙ୍କୁ ଖୋଜୁଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking