ବାଲେଶ୍ୱର: ସାପ କାମୁଡାରେ ଚାଲିଗଲା ଅଢେଇ ବର୍ଷର ଶିଶୁର ଜୀବନ । ଘରେ ଶୋଇଥଇବା ବେଳେ ସାପ କାମୁଡିବା ପରେ ଚିକିତ୍ସା ପାଇଁ ନେଇଯାଇଥିଲା ଡାକ୍ତରଖାନା । ହେଲେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତ ଶିଶୁ ହେଉଛନ୍ତି ବରଗିଡି ଗାଁର ଶଶିକାନ୍ତ ମଲ୍ଲିକଙ୍କ ଅଢେଇ ବର୍ଷର ପୁଅ ଓମକାର ମଲ୍ଲିକ । ସୂଚନା ଅନୁସାରେ ଓମକାର ଘରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡିଥିବା ଜଣାପଡିଥିଲା । ଶିଶୁଟିକୁ ସାପ କାମୁଡିଥିବା ଜାଣିବା ପରେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବିଳମ୍ବ ନକରି ପରିବାର ଲୋକେ ଓମକାର ଓମକାରଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାକୁ ନେଇଥିଲେ ଶିଶୁଟିକୁ ବଞ୍ଚାଇବା ପାଇଁ ଚିକିତ୍ସା ଉଦ୍ୟମ କରାଯାଇଥିଲେ ମଧ୍ୟ ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଷାକ୍ତ ସାପ କାମୁଡିବା କାରଣରୁ ଶିଶୁର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।










