31.1 C
Bhubaneswar
Tuesday, August 11, 2026
Homeଓଡିଶାମଝି ଚିଲିକାରୁ ନାବାଳକଙ୍କୁ ଅପହରଣ

ମଝି ଚିଲିକାରୁ ନାବାଳକଙ୍କୁ ଅପହରଣ

ପୁରୀ: ମଝି ଚିଲିକାରୁ ଅପହରଣ । ଚିଲିକା ଭିତରକୁ ଯାଇ ମାଛ ଧରୁଥିବା ବେଳେ ଅପହରଣ କରି ନେଇଗଲେ ଦୁର୍ବୃତ୍ତ । କିଏ ନେଇଗଲା କିଛି ବି ହୋଇନି ସ୍ପଷ୍ଟ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲା ନାବାଳକ ଜଣକ । ଗତକାଲି ସନ୍ଧ୍ୟାରେ ଚିଲିକାରେ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଛନ୍ତି । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ ।ଅଭିଯୋଗ ପରେ ଚିଲିକାରେ ପଇଁତରା ମାରୁଛି କୃଷ୍ଣପ୍ରସାଦ ପୁଲିସ । ଥାନା ଆଇଆଇସି  ବିଚିତ୍ରା ନନ୍ଦ ପ୍ରଧାନଙ୍କ ନେତୃତ୍ୱ ରେ ଏକ ଟିମ ଚିଲିକା ରେ ଖୋଜା ଖୋଜି କରୁଛନ୍ତି । ନିଖୋଜ ନାବାଳକ ଜଣଙ୍କ ଗଞ୍ଜାମ ଜିଲ୍ଲା ହୁମା ଅଂଚଳର । କୃଷ୍ଣପ୍ରସାଦରେ ନିଜ ସମ୍ପର୍କୀୟଙ୍କ ଘରେ ରହି ମାଛ ଧରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking