30.6 C
Bhubaneswar
Thursday, August 6, 2026
Homeଓଡିଶାସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କଟକ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । କଟକ ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ୨ଟା ରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀ ରାତିରେ ଶୋଇଥିବା ସମୟରେ ହଠାତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ହଠାତ ଘରୁ ଟାଙ୍ଗିଆ ବାହାର କରି ସ୍ତ୍ରୀକୁ ଆକ୍ରମଣ କରିଥିଲା ସ୍ୱାମୀ ଶୈଳେନ୍ଦ୍ର । ଅନ୍ୟ ଘରେ ବାପା ବୋଉ ଏବଂ ଭାଇ ଶୋଇଥିବା ବେଳେ କବାଟ ବାଡେଇବା ସହିତ ଅନ୍ୟ ଅନ୍ୟ ସଦସ୍ୟମାନଙ୍କୁ ହାଣିବ ବୋଲି କହିବା ସହିତ ଘରୁ ବାହାରକୁ ଯାଇ ଫେରାର ହୋଇଯାଇଛି । ଅନ୍ୟପଟେ ରୋଜାଲିନଙ୍କ ପରିବାର ଲୋକ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ଲୋକ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ଲୋକ ସାମିଲ ଥିବା ଅଭିଯୋଗ କରିଥିଲାବେଳେ ଶୈଳେନ୍ଦ୍ରଙ୍କ ବାପା ମା ଏହି ଘଟଣା ଏକ ଆକସ୍ମିକ ଏବଂ ହତ୍ୟାର କାରଣ ସେ ଜାଣିନାହାନ୍ତି ବୋଲି ସଫା ସଫା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking