28.1 C
Bhubaneswar
Friday, August 14, 2026
Homeଓଡିଶାବାସନ ମାଜୁଥିବା ବେଳେ ଲାଗିଲା କରେଣ୍ଟ: ନାବାଳିକା ମୃତ

ବାସନ ମାଜୁଥିବା ବେଳେ ଲାଗିଲା କରେଣ୍ଟ: ନାବାଳିକା ମୃତ

ଭୁବନେଶ୍ୱର: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ହୋଇଛି । ବାସନ ମାଜୁଥିବା ବେଳେ ଘଟିଠଇ ଏହି ଅଘଟଣ । ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ୧୩ ବର୍ଷୀୟା ନାବାଳିକା ଧାନ ରୋଇବା ପାଇଁ ତାଙ୍କ ବଡ ବାପାଙ୍କ ଘରକୁ ଯାଇଥିଲେ । ସେଠାରେ ବାସନ ମାଜୁଥିବା ସମୟରେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । କୁହାଯାଉଛି ଲୁହା ପୋଲରୁ ବିଦ୍ୟୁତ ତାର ଛିଣ୍ଡି ପଡିଥିବାରୁସେଥିରେ କରେଣ୍ଟ ଚାର୍ଜ ହୋଇଥିଲା । ଏହା ସଂସ୍ପର୍ଶରେ ଆସି ନାବାଳିକା ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ନେଇଯାଇଥିଲେ । ତେବେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଏହି ଅଘଟଣ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଲୁହା ପୋଲରୁ ତାର କିପରି ଛିଣ୍ଡିଲା, ଏବଂ ବିଦ୍ୟୁତ ତାର କାହିଁକି ଚାର୍ଜ ହୋଇ ରହିଥିଲା , ସେନେଇ ତଦନ୍ତର ଆବଶ୍ୟକତା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking