29.1 C
Bhubaneswar
Friday, August 14, 2026
Homeଦେଶ ବିଦେଶପୁଣି ଟାରିଫ୍ ମାଡ଼: ଡ୍ରୋନ୍ ଉପରେ ଲାଗିଲା ଶତ ପ୍ରତିଶତ ଟାରିଫ୍

ପୁଣି ଟାରିଫ୍ ମାଡ଼: ଡ୍ରୋନ୍ ଉପରେ ଲାଗିଲା ଶତ ପ୍ରତିଶତ ଟାରିଫ୍

ନୂଆଦିଲ୍ଲୀ: ଆମେରିକା ବିଦେଶରୁ ଆସୁଥିବା ଡ୍ରୋନ୍ ଏବଂ ଏହାର ଯନ୍ତ୍ରାଂଶ ଉପରେ ନୂଆ ଟାରିଫ୍  ଲଗାଇଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏନେଇ ନୂଆ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଏହି ଆଦେଶ ଅନୁସାରେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ବିବେଚିତ କେତେକ ଡ୍ରୋନ୍ ଉପରେ ସିଧାସଳଖ ୧୦୦ ପ୍ରତିଶତ ଟାରିଫ୍ ଲାଗିବ। ସେହିପରି ଛୋଟ ଡ୍ରୋନ୍ ଉପରେ ୨୫ ପ୍ରତିଶତ ଟାରିଫ୍ ଧାର୍ୟ୍ୟ କରାଯାଇଛି।

ଟ୍ରମ୍ପ ପ୍ରଶାସନ ଡ୍ରୋନ୍‌କୁ ନେଇ ସବୁଠାରୁ କଠୋର ବ୍ୟବସ୍ଥା ସେହି ଡ୍ରୋନ୍ ପାଇଁ କରିଛି, ଯାହାକୁ ଆମେରିକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ବିଶେଷ ଭାବେ ସମ୍ବେଦନଶୀଳ ବୋଲି ବିବେଚନା କରାଯିବ। ଏଭଳି ଡ୍ରୋନ୍ ଉପରେ ୧୦୦ ପ୍ରତିଶତ ଆଡ୍ ଭାଲୋରମ୍ ଟାରିଫ୍ ଲାଗୁ ହେବ। ଅର୍ଥାତ୍, ଉତ୍ପାଦର ମୂଲ୍ୟ ଯେତିକି, ସେତିକି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ।ସେହିପରି ଛୋଟ ଆକାରର ଡ୍ରୋନ୍ ଉପରେ ୨୫ ପ୍ରତିଶତ ଟାରିଫ୍ ରହିବ। ଟ୍ରମ୍ପ କହିଛନ୍ତି, ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ୍‌ଙ୍କ ଆକଳନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆମେରିକାକୁ ଆମଦାନୀ ହେଉଥିବା ଡ୍ରୋନ୍ ସିଷ୍ଟମ୍ ଏବଂ ଏହାର ଯନ୍ତ୍ରାଂଶ ସହ ଜଡ଼ିତ ଜାତୀୟ ସୁରକ୍ଷା ବିପଦ ନେଇ ଏହି ଆକଳନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking