ନୂଆଦିଲ୍ଲୀ: ଝାଡଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି ଅବପାତ । ଏହା ଘଣ୍ଟା ପ୍ରତି ପ୍ରାୟ ୨୦ କିମି ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଅବପାତର ପ୍ରଭାବରେ ଓଡିଶାର ଉତ୍ତର ଓ ପଶ୍ଚିମ ଜିଲ୍ଲାରେ ବର୍ଷାର ପ୍ରଭାବ ବଢିବା ଆଶଙ୍କା ରହିଛି । ବିଶେଷକରି ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂର୍ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଫଳରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ରାସ୍ତାଘାଟ ଓ ଯାତାୟତ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରି ଆହୁରି ୯ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଅଞ୍ଚଳ ଗୁଡିକରେ ମଧ୍ୟ ଭାରୀ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କତା ରହିବାକୁ କୁହାଯାଇଛି । ଅବପାତର ଗତି ଏବଂ ଏହାର ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି । ଲଗାଣ ବର୍ଷା ଯୋଗୁଁ ପୂର୍ବରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଥିବା ବେଳେ ଆଉଥରେ ପ୍ରବଳ ବର୍ଷା ହେଲେ ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି । ତେଣୁ ଅରେଞ୍ଜ ଓ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ଲୋକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।










