31.1 C
Bhubaneswar
Saturday, August 8, 2026
Homeଓଡିଶା୧୫ ଅଗଷ୍ଟରେ ବଡ଼ ଆକ୍ରମଣ ଆଶଙ୍କା!

୧୫ ଅଗଷ୍ଟରେ ବଡ଼ ଆକ୍ରମଣ ଆଶଙ୍କା!

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟକୁ ହାଇ ଆଲର୍ଟରେ ରଖାଯାଇଛି । ଅଗଷ୍ଟ ୧୫ ଅବସରରେ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ଅଶାନ୍ତି ସୃଷ୍ଟି କିମ୍ବା ଆକ୍ରମଣ ଉଦ୍ୟମ କରିପାରନ୍ତି ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ କରିଛନ୍ତି । ସୂଚନା ଅନୁସାରେ, ପଞ୍ଜାବର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଉଛି ।

ନିଷିଦ୍ଧ ଖଲିସ୍ତାନ ସମର୍ଥକ ସଂଗଠନ ଏବଂ ସେମାନଙ୍କ ସହ ଜଡ଼ିତ ନେଟୱାର୍କର ଅନଲାଇନ୍‌ କାର୍ଯ୍ୟକଳାପ ମଧ୍ୟ ଯାଞ୍ଚ କରାଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ଯୁବକମାନଙ୍କୁ ଉସୁକାଇବା ଏବଂ ସାର୍ବଜନୀନ ସ୍ଥାନରେ ଖଲିସ୍ତାନୀ ପତାକା ଲଗାଇବାକୁ ଆହ୍ୱାନ ଦିଆଯାଉଥିବା ନେଇ ମଧ୍ୟ ଏଜେନ୍ସିଗୁଡ଼ିକ ନଜର ରଖିଛନ୍ତି ।

ସୁରକ୍ଷା ଏଜେନ୍ସିର ଆକଳନ ଅନୁସାରେ, ସ୍ୱାଧୀନତା ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ କୌଣସି ଘଟଣା ଘଟାଇ ଆନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଭିଡ଼ ଅଞ୍ଚଳ, ସୀମାବର୍ତ୍ତୀ ଅଞ୍ଚଳ ଏବଂ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବଢ଼ାଯାଇଛି । ତେବେ ଏହି ଆକ୍ରମଣ ଆଶଙ୍କା ସମ୍ପର୍କିତ ନିର୍ଦ୍ଦିଷ୍ଟ ତଥ୍ୟ ସାର୍ବଜନୀନ ହୋଇନାହିଁ । ସୁରକ୍ଷା ବାହିନୀ ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ତଦନ୍ତ ଓ ନଜରଦାରୀ ଜୋରଦାର କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking