28.1 C
Bhubaneswar
Friday, August 14, 2026
Homeଦେଶ ବିଦେଶନିର୍ମାଣାଧୀନ ଟନେଲରେ ପଶିଲା ପାଣି: ୭ ଶ୍ରମିକଙ୍କ ମୃତ୍ୟୁ

ନିର୍ମାଣାଧୀନ ଟନେଲରେ ପଶିଲା ପାଣି: ୭ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଦୁର୍ଘଟଣା । ପିପଲକୋଟି ଟିଏଚ୍‌ଡିସି ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ପଶିଲା ପାଣି ଧ୍ୱଂସାବଶେଷ ପ୍ରବେଶ କରିବାରୁ ଅତି କମରେ ୭ ଶ୍ରମିକଙ୍କ ମୃତ୍ୟୁ । ଏକାଧିକ ଶ୍ରମିକ ଫସିରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ କହିଛି ଯେ ଟନେଲରେ ୨୨ ଜଣ ଶ୍ରମିକ କାମ କରୁଥିବା ସମୟରେ ହଠାତ୍ ପାଣିର ପ୍ରବଳ ପ୍ରବାହ ଆସିଥିଲା । ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରବଳ ଧାରାର ପ୍ରଭାବରେ ଅନେକ ଶ୍ରମିକ ଟନେଲର ବାହାର ଦିଗକୁ ପ୍ରବାହିତ ହୋଇଯାଇଥିଲେ । ଏପର୍ଯ୍ୟନ୍ତ ଅତି କମରେ ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ)ର ଦଳମାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି । ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଦ୍ଧାର ଓ ସାହାଯ୍ୟ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସମନ୍ୱୟ ଏବଂ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଗାଣ ବର୍ଷା କାରଣରୁ ଟନେଲ ଉପରିଭାଗ ଭୁଶୁଡ଼ିପଡ଼ିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking