ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୮ଜଣଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି । ୮୦ତମ ସ୍ୱାଧୀନତା ଦିବସ ପୂର୍ବରୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କର୍ମଚାରୀମାନଙ୍କ ପାଇଁ ୭୮ଟି ବୀରତ୍ୱ ପୁରସ୍କାର ଅନୁମୋଦନ କରିଛନ୍ତି । ଏହି ୭୮ ସାହସିକତା ପୁରସ୍କାର ମଧ୍ୟରୁ ୧୩ ଜଣଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ । ଏହି ପୁରସ୍କାରଗୁଡ଼ିକ ମଧ୍ୟରେ ୯ଟି କୀର୍ତ୍ତି ଚକ୍ର ଅଛି, ଯେଉଁଥିରୁ ୭ଟି ମରଣୋତ୍ତର ସମ୍ମାନ ରହିଛି । ଏହା ସହିତ ୧୯ଟି ଶୌର୍ୟ୍ୟ ଚକ୍ର ଅଛି, ଯେଉଁଥିରୁ ଗୋଟିଏ ମରଣୋତ୍ତର ସମ୍ମାନ ରହିଛି ।ରାଷ୍ଟ୍ରପତି ୫ ଜଣଙ୍କୁ ପୁନର୍ବାର ସେନା ସାହସିକତା ପୁରଷ୍କାର ଏବଂ ଏବଂ ୩୬ ଜଣଙ୍କୁ ସେନା ସାହସିକତା ପୁରଷ୍କାର ପ୍ରଦାନ ପାଇଁ ମଧ୍ୟ ଅନୁମୋଦିତ କରିଛନ୍ତି, ଯେଉଁଥିରୁ ୫ଟି ମରଣୋତ୍ତର ସମ୍ମାନ ରହିଛି । ତାଲିକାରେ ୩ଟି ନୌସେନା ଏବଂ ୫ଟି ବାୟୁ ସେନା ସାହସିକତା ପୁରଷ୍କାର ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଏହି ପୁରସ୍କାରଗୁଡ଼ିକ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କର୍ମଚାରୀମାନଙ୍କ ବୀରତ୍ୱକୁ ସ୍ୱୀକୃତି ଦେବା ପାଇଁ ଅନୁମୋଦିତ ହୋଇଛି ।










